31.1 C
Bhubaneswar
Tuesday, May 7, 2024
Homeଓଡିଶାରାଜ୍ୟବାସୀଙ୍କୁ ଚେତାବନୀ, ନିୟମ ନ ମାନିଲେ ଲକଡାଉନ୍

ରାଜ୍ୟବାସୀଙ୍କୁ ଚେତାବନୀ, ନିୟମ ନ ମାନିଲେ ଲକଡାଉନ୍

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ଭୟଙ୍କର ଭାବେ କାୟା ମେଲାଇ ଚାଲିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ବି ଅନେକ ଲୋକ ନିୟମ ମାନୁ ନାହାନ୍ତି । ଯଦି ଏପରି ଚାଲୁ ରହେ, ତେବେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଟଡାଉନ୍ କିମ୍ବା ଲକଡାଉନ୍ ଲାଗୁ କରାଯାଇପାରେ ବୋଲି ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅନ୍ୟପକ୍ଷରେ ଅମାନିଆଙ୍କ ତଥ୍ୟ ରଖିବା ସହ ଲୋକଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି ପୋଲିସ ଡିଜିପି ।

ରାଜଧାନୀ ଭୁବନେଶ୍ୱରରେ କରୋନା ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଇଛି । ଗୋଟିଏ ପଟେ କରୋନା ପାଇଁ ସଚେତନତା ଚାଲିଥିବା ବେଳେ ଅନ୍ୟପଟେ କିଛି ଲୋକ ନିୟମକୁ ଫୁ କରିଦେଉଛନ୍ତି । ମାର୍କେଟ୍ ବିଲଡିଂରେ ଗ୍ରାହକ ଓ ବ୍ୟବସାୟୀ କୋଭିଡ୍ ନିୟମ ମାନୁନଥିବାରୁ ଏହାକୁ ବିଏମସି ପକ୍ଷରୁ ସିଲ୍ କରି ଦିଆଯାଇଛି । ରାଉରକେଲା ସହରରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଛି । ସମଗ୍ର ରାଜ୍ୟରେ ହାଟ, ବଜାରମାନଙ୍କରେ ଗହଳି ଜମିବା ସହ ଲୋକେ ମାସ୍କ ପରିଧାନ କରୁନାହାନ୍ତି । ବର୍ଦ୍ଧିତ ସଂକ୍ରମଣକୁ ନେଇ ଜନସାଧାରଣ ସଚେତନ ନଥିବାରୁ ଏହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି ।

ନିୟମ ଉଲ୍ଲଂଘନ ଯୋଗୁଁ ଇନ୍ଦ୍ରଧନୁ ମାର୍କେଟକୁ ଆଜି ୩ ଦିନ ପାଇଁ ସିଲ୍ କରାଯାଇଛି । ରାଜଧାନୀର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍ କରାଯାଇଥିବା ଜଣାପଡ଼ିଛି । ଆସନ୍ତା ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ରହିଛି । ତେଣୁ ଆଗାମୀ ୩ ଦିନ ପାଇଁ ଇନ୍ଦ୍ରଧନୁ ମାର୍କେଟ୍ ବନ୍ଦ ରହିବ । ଆସନ୍ତା ସୋମବାର ଦିନ ଇନ୍ଦ୍ରଧନୁ ମାର୍କେଟ୍ ଖୋଲିବ । ଏହି ମାର୍କେଟରେ ଲୋକଙ୍କ ଗହଳି ଜମିବା ସହ ଲୋକମାନେ କୋଭିଡ୍ ନିୟମକୁ ପାଳନ କରୁନାହାନ୍ତି । ତେଣୁ ଏହି ପଦକ୍ଷେପ ନିଆଯାଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking