37.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗଘରେ ଲଗାନ୍ତୁ ଏହି ଗଛ, ପ୍ରବେଶ କରିବନି ରୋଗ

ଘରେ ଲଗାନ୍ତୁ ଏହି ଗଛ, ପ୍ରବେଶ କରିବନି ରୋଗ

ଭୁବନେଶ୍ୱର: ସୁସ୍ଥ ଜୀବନଯାପନ ପାଇଁ ପ୍ଲାଣ୍ଟ ବେସଡ ଫୁଡକୁ କାଫି ମାନନ୍ତି । ହେଲେ ଆପଣ ଜାଣିଛନ୍ତି କି, କିଛି ଗଛ ଏମିତି ଅଛି ବିନା ଫଳରେ ବି ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ । ୧୯୮୯ ମସିହାରେ ନାସା ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡେ ଯେ, ବାୟୁରେ ଥିବା ବ୍ୟାନଜିନ ଓ ଫର୍ମାଲଡିହାଇଡ ଭଳି କେମିକାଲକୁ ନଷ୍ଟ କରିଥାଏ । ଏହି ରିସର୍ତ୍ତରେ ଏମିତି ଅନେକ କିଛି ଇଣ୍ଡୋର ପ୍ଲାଣ୍ଟ ବିଷୟରେ କୁହାଯାଇଛି, ଯାହା ନ୍ୟାଚୁରାଲ ଏୟାର ଫିଲ୍ଟର ଭଳି କାମ କରିଥାଏ ।
ଗୋଲଡେନ ପୋଥୋସ୍‌- ଏହା ଏହା ସାଧାରଣ ସୋ ଇଣ୍ଡୋର ପ୍ଲାଣ୍ଟ । ଏହାର ପତ୍ର ଗୁଡିକ ବେଶ ଶକ୍ତ ଏବଂ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ । ଏହାକୁ ଏକ ଶକ୍ତିଶାଳୀ ଏୟାର ପ୍ୟୁରିଫାଇଙ୍ଗ ପ୍ଲାଣ୍ଟ କୁହାଯାଇପାରେ ।
ଇଂଲିଶ ଆଇବି- ଘରର ସୁନ୍ଦରତା ବୃଦ୍ଧି କରିବା ପାଇଁ ଇଂଲିଶ୍ ଆଇବି ଗଛ ମଧ୍ୟ ଏକ ଭଲ ଏୟାର ପ୍ୟୁରିଫାଇଙ୍ଗ ଭଳି ମନାଯାଏ । ଏୟାରବର୍ଣ୍ଣ ବ୍ୟାକ୍ଟେରିଆକୁ ଶେଷ କରିବା ପାଇଁ ଏହା ସାହାଯ୍ୟ କରେ । ର୍ସ୍ୟୂ କିରଣ ପଡୁଥିବା ସ୍ଥାନରେ ଏହାକୁ ରଖାଯାଏ ।
ବୋଷ୍ଟନ ଫର୍ଣ୍ଣ- ଏହା ବି ଏକ ଶକ୍ତିଶାଳୀ ପ୍ଲାଣ୍ଟ । ନାସା ଲିଷ୍ଟରେ ରହିଥିବା ଏହି ପ୍ଲାଣ୍ଟରେ ଫର୍ମାଲଡିହାଇଡ, ପ୍ଲାଷ୍ଟିକ ଓ ସିଗାରେଟ ଧୂଆଁରେ ଥିବା କମ୍ପାଉଣ୍ଡକୁ ନଷ୍ଟ କରିବାର କ୍ଷମତା ରହିଛି ।
ପିସ୍ ଲିଲି-ଗବେଷକଙ୍କ ମତ ଅନୁସାରେ, ପିସ୍ ଲିଲି ପ୍ଲାଣ୍ଟ ବି ଏକ ନ୍ୟାଚୁରାଲ ଏୟାର ପ୍ୟୁରିଫାୟର ଭଳି କାମ କରିଥାଏ । ବାୟୁରେ ଥିବା କାର୍ବନ ମନୋକ୍ସାଇଡ, ଫର୍ମାଲଡିହାଇଡ ଓ ବ୍ୟାନିଜନ ଭଳି କମ୍ପାଉଣ୍ଡକୁ ଶେଷ କରିଥାଏ । ତେବେ ଏହାକୁ ସୂର୍ଯ୍ୟକିରଣରୁ ବଂଚାଇ ରଖିବାକୁ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking