36.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଭାରତକୁ ତୈଳ ଯୋଗାଣ ପ୍ରସଙ୍ଗ: ରୁଷ୍‌କୁ ହଟାଇ ଦ୍ୱିତୀୟ ସ୍ଥାନରେ ସାଉଦି ଆରବ

ଭାରତକୁ ତୈଳ ଯୋଗାଣ ପ୍ରସଙ୍ଗ: ରୁଷ୍‌କୁ ହଟାଇ ଦ୍ୱିତୀୟ ସ୍ଥାନରେ ସାଉଦି ଆରବ

ନୂଆଦିଲ୍ଲୀ :ଭାରତକୁ ଅଣବିଶୋଧିତ ତୈଳ ଯୋଗାଣ ପ୍ରସଙ୍ଗରେ ଇରାକ୍ ସର୍ବାଗ୍ରେ ରହିଛି । ତେବେ ରୁଷକୁ ପଛରେ ପକାଇ ସାଉଦି ଆରବ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ଜଣାପଡିଛି । ଚଳିତବର୍ଷ ଅଗଷ୍ଟରେ ସାଉଦି ଆରବ ପକ୍ଷରୁ ଭାରତକୁ ଦୈନିକ ୮,୬୩,୯୫୦ ବ୍ୟାରେଲ ତୈଳ ରପ୍ତାନି କରାଯାଇଥିବାବେଳେ ରୁଷ୍‌ର ଅବଦାନ ଦୈନିକ ୮,୫୫,୯୫୦ ବ୍ୟାରେଲ ରହିଥିବା କୁହାଯାଇଛି । ସାଉଦି ଆରବ ପକ୍ଷରୁ ତୈଳ ରପ୍ତାନି ବୃଦ୍ଧି ପାଇଥିବା ସତ୍ତ୍ୱେ ଓପେକ୍ (ଅର୍ଗାନାଇଜେସନ ଅଫ୍ ପେଟ୍ରୋଲିୟମ ଏକ୍ସପୋର୍ଟିଂ କଣ୍ଟ୍ରିଜ୍‌) ତରଫରୁ ଭାରତକୁ ତୈଳ ଯୋଗାଣରେ ୫୯.୮ ପ୍ରତିଶତ ହ୍ରାସ ଘଟିଛି । ବିଗତ ୧୬ ବର୍ଷ ଧରି ଭାରତ କୌଣସି ଆଫ୍ରିକୀୟ ରାଷ୍ଟ୍ରରୁ ତୈଳ ଆମଦାନି କରୁନାହିଁ । ଚୀନ୍ ରୁଷରୁ ସବୁଠାରୁ ଅଧିକ ତୈଳ କିଣୁଥିବାବେଳେ ଏହାପଛକୁ ଭାରତ ରହିଥିଲା । ସୂଚନାଯୋଗ୍ୟ ତୈଳ ଆମଦାନି କରିବାରେ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking