30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଫିଗ୍‌ମାକୁ ୨୦ ବିଲିୟନ ଡଲାରରେ କିଣିବ ଆଡୋବ୍‌

ଫିଗ୍‌ମାକୁ ୨୦ ବିଲିୟନ ଡଲାରରେ କିଣିବ ଆଡୋବ୍‌

ୱାଶିଂଟନ : ବିଶ୍ୱର ଅନ୍ୟତମ ସଫ୍ଟୱେୟାର କମ୍ପାନୀ ଆଡୋବ୍ ଇତିମଧ୍ୟରେ ୨୦ ବିଲିୟନ ଡଲାର ମୂଲ୍ୟରେ ସଫ୍ଟୱେୟାର ଡିଜାଇନ୍ ଷ୍ଟାର୍ଟଅପ୍ ‘ଫିଗ୍‌ମା’ କମ୍ପାନୀକୁ କିଣିବାକୁ ଯୋଜନା ଚଳାଇଛି । ଏହି ସମ୍ବାଦ ପ୍ରସାରିତ ହେବାପରେ ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ଆଡୋବ୍ ଅଂଶଧନର ମୂଲ୍ୟରେ ୧୮ ପ୍ରତିଶତ କ୍ଷତି ଘଟିଥିବା ଜଣାପଡିଛି । ବିଗତ ଦୁଇବର୍ଷ ମଧ୍ୟରେ ଏହା କମ୍ପାନୀ ଅଂଶଧନ ପାଇଁ ସବୁଠାରୁ ଅଧିକ କ୍ଷତି ବୋଲି କୁହାଯାଇଛି । କୋଭିଡ୍ ଯୋଗୁଁ ବିଗତ ଦୁଇବର୍ଷ ଧରି ଫିଗ୍‌ମା କମ୍ପାନୀର ବ୍ୟବସାୟ ବେଶ କ୍ଷତିରେ ଚାଲିଛି । ତେଣୁ ଅଧିକ କ୍ଷତି ସହିବା ଅପେକ୍ଷା ଏହାକୁ ବିକ୍ରି କରିବା ଉପରେ ଫିଗ୍‌ମା କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking