29.1 C
Bhubaneswar
Saturday, April 27, 2024
Homeଓଡିଶାଶ୍ରମ ଆଇନ ବିରୁଦ୍ଧରେ ଭାରତୀୟ ମଜଦୂର ସଂଘର ଆନ୍ଦୋଳନ

ଶ୍ରମ ଆଇନ ବିରୁଦ୍ଧରେ ଭାରତୀୟ ମଜଦୂର ସଂଘର ଆନ୍ଦୋଳନ

କେନ୍ଦୁଝର: ଭାରତ ସରକାର 29 ଟି ଶ୍ରମ ଆଇନକୁ ନିରସ୍ତ୍ର କରି 04 ଗୋଟି ଲେବର ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦେଶବ୍ୟାପି ଲାଗୁ କରିବା ଉଦ୍ଧେଶ୍ୟରେ ସମସ୍ତ ବିଭାଗକୁ କାମରେ ଲଗେଇ ଦେଇଛନ୍ତି । ଏଥିପାଇଁ ବିଜ୍ଞପ୍ତି ଜାରି ହୋଇ ସାରିଛି । ଯାହାକି ଆସନ୍ତା ଫେବୃଆରୀ 2021 ସୁଦ୍ଧା ଆଣି ଅପ୍ରେଲ 01ରୁ ସମଗ୍ର ଦେଶରେ ଲାଗୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି, ଯାହା ଆଗାମୀ ଦିନରେ ଶ୍ରମିକ ଓ ଶ୍ରମ ସଂଗଠନ ଉଭୟ ଙ୍କ ପାଇଁ ଜଟିଳ ପରିସ୍ଥିତି ନିର୍ମାଣ କରିବ ଏହି ନୂତନ ଚାରୋଟି ଶ୍ରମିକ କୋଡ଼ ଜାହା 29 ଟି ଶ୍ରମ ନିୟମକୁ ରଦ୍ଦ କରି ପ୍ରସ୍ତୁତ କରାଯାଇଛି, ସେଥିରେ ଅନେକ ବିଷୟକୁ ଆଇନ ସମ୍ମତ ଦେଖା ଯାଇଥିବା ବେଳେ ଅନେକ ବନ୍ଦ ଓ ନିୟନ୍ତ୍ରଣ ବିଷୟରେ ମାଲିଳ, ଠିକାଦାର ଓ ଅନ୍ୟାନ୍ୟ ନିଯୁକ୍ତି ଦାତାଙ୍କୁ ଶ୍ରମିକ ମାନଙ୍କୁ ଶୋଷଣ କରିବାର ରାସ୍ତା ପ୍ରଶସ୍ତ ହୋଇଛି ଫଳରେ ଆଗାମୀ ଦିନରେ ଶ୍ରମିକ ଅସନ୍ତୋଷ ବୃଦ୍ଧି ହେବା ସ୍ବାଭାବିକ । ଏ ନେଇ ଆଜି କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୂର ସଂଘ ତରଫରୁ ଆନ୍ଦୋଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking