26.1 C
Bhubaneswar
Friday, March 29, 2024
Homeଓଡିଶାଜିଲ୍ଲା ପ୍ରେସ କ୍ଳବ ରେ ଜିଲାର ବରିଷ୍ଠ ସାମ୍ବାଦିକ ଧୀରେନ୍ଦ୍ର ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା

ଜିଲ୍ଲା ପ୍ରେସ କ୍ଳବ ରେ ଜିଲାର ବରିଷ୍ଠ ସାମ୍ବାଦିକ ଧୀରେନ୍ଦ୍ର ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜିଲା ପ୍ରେସ କ୍ଳବ ର ପୂର୍ବତନ ସଭାପତି ଓ ଦିନଲିପି ଓ ଓଡିଶା ଭାସ୍କର ର ଜିଲା ପ୍ରତିନିଧି ଧୀରେନ୍ଦ୍ର ରାଉତ (କାନ୍ଦିରି ଭାଇ) ଙ୍କ ଆଜି ଏକାଦଶ ଶ୍ରଦ୍ଧାଞ୍ଜଳି ସଭା ଜିଲା ପ୍ରେସ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ପ୍ରେସ କ୍ଳବ ର ସଭାପତି ସତ୍ୟନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ ରେ କାନ୍ଦିରି ଭାଇ ଙ୍କ ଆତ୍ମା ର ସଦଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଥିଲା । କାନ୍ଦିରି ଭାଇ ଙ୍କ କର୍ମମୟ ଜୀବନ କୁ ନେଇ କେନ୍ଦୁଝର ର କର୍ମବୀର ନାମରେ ଏକ ସ୍ମରଣିକା କୁ କେନ୍ଦୁଝର ର ବୟଜ୍ୟେଷ୍ଠ ସାମ୍ବାଦିକ ରାମକୃଷ୍ଣ ମହାପାତ୍ର ଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି । ଏବଂ ଶେଷରେ ବରିଷ୍ଠ ସାମ୍ବାଦିକ ଦୀପକ ମିଶ୍ର, ମଳୟ ମହାପାତ୍ର, ଜୟକୃଷ୍ଣ ପଣ୍ଡା, ନିରଞ୍ଜନ ନାୟକ, ଏ ଆର ଖାନ, ପ୍ରମୁଖ ଙ୍କ ସହ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି କାନ୍ଦିରି ଭାଇ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking