32.1 C
Bhubaneswar
Friday, April 26, 2024
Homeଖେଳପ୍ରଥମ ଦିନିକିଆ: ୱେଷ୍ଟଇଣ୍ଡିଜର ଦମଦାର ବିଜୟ

ପ୍ରଥମ ଦିନିକିଆ: ୱେଷ୍ଟଇଣ୍ଡିଜର ଦମଦାର ବିଜୟ

ଚେନ୍ନଇ: ଚେନ୍ନଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ପ୍ରଥମ ଦିନିକିଆରେ ଶିମରନ୍ ହେଟମେୟର୍ ଓ ଶାଇ ହୋପଙ୍କ ଆକର୍ଷଣୀୟ ଶତକ ବଳରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି।
ଭାରତର ୨୮୮ ରନ୍ ଟାର୍ଗେଟକୁ ୱେଷ୍ଟଇଣ୍ଡିଜ ୪୭.୫ ବଲରେ ହାସଲ କରିନେଇଥିଲା। ୱେଷ୍ଟଇଣ୍ଡିଜର ଓପନର ସାଇ ହୋପ ୧୫୧ ବଲରେ ୧୦୨ ରନର ପାଳି ଖେଳିଥିଲେ ଯେଉଁଥିରେ ଗୋଟିଏ ଛକା ୭ଟି ଚୌକା ସାମିଲ ରହିଛି। ସେହିପରି ପ୍ରଥମ ଦିନିକିଆରେ ଦମଦାର ପଦର୍ଶନ କରି ୱେଷ୍ଟଇଣ୍ଡିଜକୁ ବିଜୟର ପ୍ରମୁଖ ଭୂମିକା ନେଇଥିବା ସିମ୍ରନ ହେତମେୟର ୧୦୬ ବଲରେ ୧୩୯ ରନର ପାଳି ଖେଳିଥିଲେ। ଏହି ପାଳିରେ ୭ଟି ଛକା ସହ ୧୧ ଟି ଚୌକା ସାମିଲ ରହିଥିଲା। ସିମ୍ରନ ହେତମେୟରଙ୍କୁ ଦମଦାର ପଦର୍ଶନ ପାଇଁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ମିଳିଛି। ଭାରତୀୟ ବୋଲର ମାନଙ୍କୁ ସଠିକ ମୁକାବିଲା କରି ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆରୁ ସିରିଜରେ ଆଗୁଆ ରହିଛି। ଦିପକ ଚହର ଏବଂ ମହମ୍ମଦ ସାମିଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking