37.2 C
Bhubaneswar
Friday, April 19, 2024
Homeଓଡିଶା୩୦ରୁ ଅଧିକ ଘର ପୋଡ଼ି ପାଉଁଶ

୩୦ରୁ ଅଧିକ ଘର ପୋଡ଼ି ପାଉଁଶ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୦ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇ ଯାଇଛି।
ସୂଚନା ଅନୁଯାୟୀ, ସୋମବାର ସକାଳେ ଗାଁର ନୂଆଁ ସାହିରେ କୌଣସି କାରଣରୁ ଏକ ଘରେ ନିଆଁ ଲାଗି ଯାଇଥିଲା। ଏହାପରେ ନିଆଁ ବ୍ୟାପୀ ଯାଇ ୩୦ରୁ ଅଧିକ ଘର ପୋଡ଼ି ଛାରଖାର ହୋଇଯାଇଛି। ଅଧିକାଂଶ ଘର ଚାଳ ଛପର ହୋଇଥିବାକୁ ନିଆଁ ଅତିଶୀଘ୍ର ବ୍ୟାପୀ ଯାଇଥିଲା। ନିଆଁ ଲିଭାଇବା ଲାଗି ଲୋକେ ସମୟ ପାଇ ନଥିଲେ। ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ନିଆଁରେ ପୋଡ଼ିଯାଇଥିବା ସମ୍ପତ୍ତିର ମଧ୍ୟ ଆକଳନ ହୋଇପାରିନାହିଁ।
https://onakhabar.com/2019/12/16/road-block/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking