29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶପାକିସ୍ତାନକୁ ଭାରତର କଡା ଭର୍ତ୍ସନା

ପାକିସ୍ତାନକୁ ଭାରତର କଡା ଭର୍ତ୍ସନା

ନୂଆଦିଲ୍ଲୀ:କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ଜବାବ । ବାହାରିନରେ ଚାଲିଥିବା ୧୪୬ତମ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ବା ଆଇପୀୟୁ ପାକିସ୍ତାନ ପ୍ରତିନିଧିଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଆଇପୀୟୁ ପାକିସ୍ତାନ ଚିରାଚରିତ ଭାବେ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ବେଳେ ପାକିସ୍ତାନକୁ ଆତଙ୍କବାଦୀ ଏକ୍ସପୋର୍ଟର ବୋଲି କହିଛନ୍ତି ସସ୍ମିତ । ଜାମ୍ମୁ-କାଶ୍ମୀର, ଲଦାଖ ହେଉଛି ଭାରତର ଅଭିନ୍ନ ଅଙ୍ଗ । ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଟିପ୍ପଣୀ ରଖିବାର ଅଧିକାର ପାକିସ୍ତାନର ନାହିଁ ବୋଲି ସସ୍ମିତ କହିଛନ୍ତି । ଅବୈଧ ଓ ଜୋର ଜବରଦସ୍ତି ପାକିସ୍ତାନ ଅକ୍ତିଆର କରିଥିବା ଭାରତୀୟ ଅଞ୍ଚଳକୁ ତତ୍କାଳ ଖାଲି କରିବାକୁ ସେ ଆହ୍ବାନ ଦେଇଛନ୍ତି । ପାକିସ୍ତାନର ବେଆଇନ ସୀମା ପାର ଯୋଗୁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର‌୍ୟ୍ୟକଳାପ ବୃଦ୍ଧି ପାଇଛି । ଯାହା ମାନବାଧିକାର କ୍ଷୁଣ୍ଣ କରୁଛି ବୋଲି ସସ୍ମିତ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking