34.1 C
Bhubaneswar
Thursday, April 25, 2024
Homeରାମ ନବମୀ-୨୦୨୩ନବମି ତିଥିରେ ପଡେ ରାମ ନବମୀ

ନବମି ତିଥିରେ ପଡେ ରାମ ନବମୀ

ଚୈତ୍ର ନବରାତ୍ରୀର ନବମ ଦିନକୁ ନବମି ତିଥି କୁହାଯାଏ । ଧାର୍ମିକ ଏବଂ ପୌରାଣିକ କାହାଣୀ ଅନୁଯାୟୀ ଭଗବାନ ଶ୍ରୀରାମ ଏହି ଶୁଭ ଦିନରେ ଜନ୍ମଗ୍ରହଣ କରିଥିଲେ । ଏହିବର୍ଷ ମାର୍ଚ୍ଚ୩୦ତାରିଖ ଦିନ ପାଳନ କରାଯିବ ।। ଏହି ଦିନ ଭଗବାନ ଶ୍ରୀ ରାମଙ୍କୁ ପୂଜା କରିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ଋାମ ନବମି ହେଉଛି ସେହିଦିନ ଯେଉଁଦିନ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ଅଯୋଦ୍ଦା ଦେଶରେ ମାନବ ରୂପରେ ଅବତାରିତ ହୋଇଥିଲେ । ଭଗବାନ ବିଷ୍ଣୁଙ୍କର ଅଧା ଗୁଣ ଶ୍ରୀରାମଙ୍କ ପାଖରେ ଅଛି ବୋଲି ବିଶ୍ୱାସ କରାଯାଏ ।ରାମ ଶଦ୍ଦର ଅର୍ଥ ହେଉଛି ଯିଏକି ବିଶ୍ୱସ୍ତରୀୟ ସୁଖୀ ଏବଂ ଅନ୍ୟମାନଙ୍କୁ ଆନନ୍ଦ ଦେଇଥାଏ । ରାମ ନବମି ଚୈତ୍ର ମାସର ନବମୀ ଦିନରେ ଉଜ୍ଜଳ ଚତୁର୍ଦ୍ଦଶର ନବମ ଦିନରେ ପଡେ । ଏହା ବସନ୍ତ ପଞ୍ଚମୀ ବା ଦୂର୍ଗାପୂଜା ସହିତ ସମାନ ହୋଇଥାଏ ରାମନବମୀ । ତେଣୁ କେତେକ ଅଞ୍ଚଳରେ ଏହି ଦିନ ନଅ ଦିନ ଧରି ପାଳନ କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ଚୈତ୍ର ମାସର ଶୁକ୍ଲା ପାକ୍ସର ନବମୀ ତିଥି ମାର୍ଚ୍ଚ ୨୯ ବୁଧବାର ଦିନ ୯.୦୭ ରୁ ଆରମ୍ଭ ହୋଇଥିବାବେଳେ ଏହା ପରଦିନ ମାର୍ଚ୍ଚ ୩୦ ଗୁରୁବାର ଦିନ ୧୧:୩୦ ରେ ଶେଷ ହେବ। ଚଳିତ ବର୍ଷ ରାମ ନବମୀ ବିଷୟରେ କହିବାକୁ ଗଲେ ରାମ ନବମୀ ମାର୍ଚ୍ଚ ୩୦ ରେ ପାଳନ କରାଯିବ ଏବଂ ପୂଜାପାଠ ପାଇଁ ଶୁଭ ସମୟ ସକାଳ ୧୧:୧୧ ରୁ ୧:୪୦ ପର‌୍ୟ୍ୟନ୍ତ ହେବ। ଏହା ବ୍ୟତୀତ ଗୁରୁ ପୁଷ୍ପ ଯୋଗ ଏହି ଦିନ ଘଟୁଛି, ଯାହାକି ରାତି ୧୦:୫୯ରୁ ୩୧ ମାର୍ଚ୍ଚ ସକାଳ ୬:୧୩ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking