28.1 C
Bhubaneswar
Saturday, April 27, 2024
Homeଖେଳହକିରୁ ଅବସର ନେଲେ ସୁନୀତା ଲାକ୍ରା

ହକିରୁ ଅବସର ନେଲେ ସୁନୀତା ଲାକ୍ରା

ଭୁବନେଶ୍ବର : ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକ ତଥା ଓଡ଼ିଶାର ପ୍ରସିଦ୍ଧ ହକି ଖେଳାଳି ସୁନୀତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଆଣ୍ଠୁରେ ଆହତ ଜନିତ କାରଣରୁ ସେ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। ସୁନିତା ନିଜ ଆଣ୍ଠୁରେ ଆଉ ଏକ ଅସ୍ତ୍ରୋପଚାର କରାଇବେ। ତେଣୁ ସେ ପୁନର୍ବାର ପଡ଼ିଆକୁ ଓହ୍ଲାଇବା କଷ୍ଟକର ହେବ। ତେବେ ଏହି କାରଣରୁ ଶେଷରେ ସେ ଅବସର ଘୋଷଣା କରିଛନ୍ତି।
ନିଜର ୧୦ ବର୍ଷର କ୍ୟାରିୟରରେ ସୁନିତା ଭାରତୀୟ ଡିଫେନ୍ସର ମୁଖ୍ୟ ଅସ୍ତ୍ର ଥିଲେ। ୨୦୧୯ ମେ’ ମାସରେ ସେ କୋରିଆ ବିପକ୍ଷରେ ନିଜର ୧୫୦ତମ ମ୍ୟାଚ୍ ଖେଳିଥିଲେ। ତାଙ୍କ ଉପସ୍ଥିତିରେ ଭାରତ ୨୦୧୬ରେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି, ୨୦୧୭ରେ ମହିଳା ଏସିଆ କପରେ ବିଜେତା ହୋଇଥିଲା। ୨୦୧୮, ମେ’ ମାସରେ କୋରିଆରେ ଆୟୋଜିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପାଇଁ ସୁନିତାଙ୍କ ଭାରତୀୟ ମହିଳା ଦଳର କ୍ୟାପଟେନ୍ ନିଯୁକ୍ତ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଫାଇନାଲରେ ହାରି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା। ଏହାଛଡ଼ା ୨୦୧୮, ଜୁଲାଇ-ଅଗଷ୍ଟରେ ଇଂଲଣ୍ଡରେ ଆୟୋଜିତ ୧୪ତମ ମହିଳା ହକି ବିଶ୍ୱକପରେ ସୁନିତା ୧୮ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ୨୦୧୯ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ଏହି ବର୍ଷ ଆହତ ସମସ୍ୟା ତାଙ୍କ ପାଇଁ କାଳ ହୋଇଥିଲା। ଆହତ କାରଣରୁ ସେ ଅଧିକାଂଶ ସମୟ ଦଳରୁ ବାଦ୍ ପଡ଼ିଥିଲେ। ଓଡ଼ିଶାର ଖେଳାଳି ହୋଇ ଓଡ଼ିଶା ମାଟିରେ କୌଣସି ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ଖେଳିପାରି ନଥିବାରୁ ଖୁବ ଦୁଃଖିତ। ଅନ୍ତର୍ଜାତୀୟ ଖେଳରୁ ସନ୍ନ୍ୟାସ ନେଲେ କିନ୍ତୁ ତାଙ୍କ ଭଳି ଜଣେ ଭଲ ଟେକନିକାଲ ଡିଫେଣ୍ଡର ବାହାରିବା କଷ୍ଟକର। ତାଙ୍କ ସ୍ଥାନକୁ ପୂରଣ କରିବା ପାଇଁ ଅନେକ ସମୟ ଲାଗିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking