38.1 C
Bhubaneswar
Friday, April 26, 2024
Homeକର୍ପୋରେଟ୍୨୦୨୦ରେ ଦେଶର ଉର୍ଜା ଭୂତିଭମିରେ ଅଭୁତପୂର୍ବ ପ୍ରଗତି ହେବ - ଧର୍ମେନ୍ଦ୍ର ପ୍ରଧାନ

୨୦୨୦ରେ ଦେଶର ଉର୍ଜା ଭୂତିଭମିରେ ଅଭୁତପୂର୍ବ ପ୍ରଗତି ହେବ – ଧର୍ମେନ୍ଦ୍ର ପ୍ରଧାନ

ଓଏଏଲ୍‌ପି ଚୁକ୍ତିସ୍ୱାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
 ବିଗତ ଅଢେଇ ବର୍ଷରେ ସଫଳତାର ସହ ଅନୁସନ୍ଧାନ ଓ ଉତ୍ପାଦନ ପାଇଁ ୧.୪ ଲକ୍ଷ ବର୍ଗ କିଲୋମିଟର ଆବଂଟନ
 ଆଗାମୀ ୫ ବର୍ଷ ପାଇଁ ଦେଶର ଭିତିଭୂମି କ୍ଷେତ୍ରରେ ୧୦୨ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ
 ଏହି ପ୍ରକଳ୍ପରେ ଉର୍ଜା କ୍ଷେତ୍ରର ୨୪ ପ୍ରତିଶତ ଭାଗ ରହିବ
 ତୈଳ ଏବଂ ଗ୍ୟାସ କମ୍ପାନୀମାନେ ଡିଜିଟାଲାଇଜେନସକୁ ଆପଣାଇବା ଉପରେ ଗୁରୁତ୍ୱାରୋପ
ନୂଆଦିଲ୍ଲୀ/ଭୁବନେଶ୍ୱର – ଉର୍ଜା କ୍ଷେତ୍ରରେ ଭାରତ ସରକାର ରାଜସ୍ୱ ଅପେକ୍ଷା ଉତ୍ପାଦନକୁ ବୃଦ୍ଧିକୁ
ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି କାରଣରୁ ଏହି କ୍ଷେତ୍ରରେ କ୍ରମାଗତ ସଂସ୍କାର ଅଣାଯାଇପାରୁଛି । ବର୍ଷ ୨୦୨୦ରେ ଦେଶର
ଉର୍ଜା ଭୂତିଭମିରେ ଅଭୁତପୂର୍ବ ପ୍ରଗତି ହେବ ବୋଲି ନୂଆଦିଲ୍ଲୀ ଠାରେ ଓପନ ଆକ୍ରେଜ ଲାଇସେନ୍ସିଂ ପଲିସି ଓଏଏଲପି ବିଡ୍‌
ରାଉଣ୍ଡ-୪ ଅଧୀନରେ ଚୁକ୍ତି ସ୍ୱାକ୍ଷର ହେବା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି କାର୍ଯ୍ୟକ୍ରମରେ ଓଏନଜିସିର ପୁରସ୍କୃତ ୭ ବ୍ଲକକୁ ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ଅଢେଇ
ବର୍ଷରେ ଭାରତ ସରକାରଙ୍କ ପକ୍ଷରୁ ସଫଳତାର ସହ ଅନୁସନ୍ଧାନ ଓ ଉତ୍ପାଦନ ପାଇଁ ପ୍ରାୟ ୧.୪ ଲକ୍ଷ ବର୍ଗ କିଲୋମିଟର
ଆବଂଟନ କରାଯାଇଛି । କ୍ରମାଗତ ସଂସ୍କାର କରାଯାଇ ନୀତିଗତ ଭାବେ ଓପନ ଆକ୍ରେଜ ଲାଇସେନ୍ସିଂ ପଲିସି ଓଏଏଲପି ବିଡ୍‌
ରାଉଣ୍ଡ-୪ ଅଧୀନରେ ପ୍ରଥମ ରାଉଣ୍ଡରେ ୬୦ ହଜାର କିମି, ଦ୍ୱିତୀୟ ଏବଂ ତୃତୀୟ ରାଉଣ୍ଡରେ ପ୍ରାୟ ୩୦-୩୦ ହଜାର
ଏବଂ ଚତୁର୍ଥ ରାଉଣ୍ଡରେ ୧୮ ହଜାର ୫୦୦ ବର୍ଗ କିମିର ଆବଂଟନ ପୂରଣ ହୋଇଛି ଏବଂ ଚତୁର୍ଥ ରାଉଣ୍ଡର କାମ
ଓଏନଜିସି ଦ୍ୱାରା ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଉର୍ଜା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ଭାରତ ସରକାରଙ୍କ ତରଫରୁ ଉର୍ଜା କ୍ଷେତ୍ରରେ
ଅଧିକ ପୁଞ୍ଜିନିବେଶ କରାଯାଉଛି । ଜାତୀୟ ଭିତିଭୂମି କ୍ଷେତ୍ରରେ ଆଗାମୀ ୫ ବର୍ଷ ପାଇଁ ୧୦୨ ଲକ୍ଷ କୋଟି ଟଙ୍କା
ପୁଞ୍ଜିନିବେଶ କରିବାର ଯୋଜନା କରାଯାଇଛି । ଏହି ପ୍ରକଳ୍ପରେ ଉର୍ଜା କ୍ଷେତ୍ରର ୨୪ ପ୍ରତିଶତ ଭାଗ ରହିବ । ଯାହା ଦେଶର
ଅର୍ଥନୀତିରେ ପ୍ରଭାବ ପକାଇବ । ଦେଶର ଅର୍ଥନୀତିକୁ ଦ୍ରୁତ ଗତି ଦେବାରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସର
ଅଂଶୀଦାରଙ୍କ ଯୋଗଦାନ ରହିଛି ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଅଧୁନା ଯୁଗରେ ଟେକ୍ନୋଲୋଜି, ବିଜ୍ଞାନ ଦ୍ରୁତ ଗତିରେ ଅଗ୍ରସର ହେଉଛି । ତୈଳ ଏବଂ
ଗ୍ୟାସ କମ୍ପାନୀମାନେ ମଧ୍ୟ ଏହି କ୍ଷେତ୍ରର ବୃଦ୍ଧି କରିବା ପାଇଁ ଡିଜିଟାଲାଇଜେନସକୁ ଗୁରୁତ୍ୱ ଦେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking