25.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗମୟଙ୍କ ବାହାରିଲେ, ସୈନୀ କରିବେ ଟେଷ୍ଟ ଡେବ୍ୟୁ

ମୟଙ୍କ ବାହାରିଲେ, ସୈନୀ କରିବେ ଟେଷ୍ଟ ଡେବ୍ୟୁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଗୁରୁବାରଠାରୁ ସିଡନୀରେ ଖେଳାଯିବ । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନ ଘୋଷଣା ହୋଇଛି । ଏଥିରେ ରୋହିତ ଶର୍ମା କମ ବ୍ୟାକ୍ କରିଛନ୍ତି । ସେ ଦଳର ଉପଅଧିନାୟକ ରହିଛନ୍ତି । ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ସାମ୍ନାରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ୪୩ ବର୍ଷ ପରେ ଟେଷ୍ଟରେ ବିଜୟ ହାସଲ କରିବା ଏକ ଚ୍ୟାଲେଂଜ ରହିଛି । ଦୃତ ବୋଲର ନବଦୀପ ସୈନୀ ଏଥିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବର୍ତମାନ ସିରିଜ ୧-୧ରେ ରହିଛି । ଅଧିନାୟକ ବିରାଟ କୋହଲୀଙ୍କ ଅନୁପସ୍ଥିତିରେ ଭାରତୀୟ ଟିମ ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରଲିଆକୁ ୮ ୱିକେଟରେ ହରାଇଥିଲା । ଏହା ପୂର୍ବରୁ ଭାରତୀୟ ଦଳ ଏଡିଲେଡରେ ପରାଜୟ ବରଣ କରିଥିଲା । ବର୍ତମାନର ମ୍ୟାଚରେ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ବାହାର ହୋଇଛନ୍ତି । ଟିମକୁ ମଜଭୂତ କରିବା ପାଇଁ ହିଟମ୍ୟାନ ରୋହିତ ଶର୍ମା ଦଳକୁ ଫେରିଛନ୍ତି ।
ସିଡନୀ ଟେଷ୍ଟରେ ଦଳରେ କେଉଁମାନେ ଅଛନ୍ତି
ଆଜିଙ୍କ୍ୟ ରାହାଣେ(ଅଧିନାୟକ), ରୋହିତ ଶର୍ମା(ଉପଅଧିନାୟକ), ଶୁଭମନ ଗିଲ୍‌, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ଥ(କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଜସପ୍ରିତ ବୁମରାହ, ମୋହମ୍ମଦ ସିରାଜ ଓ ନବଦୀପ ସୈନୀ(ଡେବ୍ୟୁ) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking