34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକ’ଣ ପାଇଁ ଭାରତରେ ଅଧିକାଂଶ ସମୟରେ ଆସିଥାଏ ବାର୍ଡ ଫ୍ଲୁ

କ’ଣ ପାଇଁ ଭାରତରେ ଅଧିକାଂଶ ସମୟରେ ଆସିଥାଏ ବାର୍ଡ ଫ୍ଲୁ

ନୂଆଦିଲ୍ଲୀ: ଭାରତର ୪ଟି ରାଜ୍ୟ ବର୍ତମାନ ସମୟରେ ବାର୍ଡ ଫ୍ଲୁ ଆତଙ୍କରେ ରହିଛି । ସେହିସବୁ ରାଜ୍ୟର ୧୨ଟି ସ୍ଥାନରେ ବାର୍ଡ ଫ୍ଲୁ ଏଚ୫ଏନ୧ ମାମଲା ନେଇ ସ୍ପଷ୍ଟ ହୋଇଛି । ସେଥିପାଇଁ କେନ୍ଦ୍ର ସରକାର ସେହି ରାଜ୍ୟକୁ ଉଚିତ ପଦକ୍ଷେପ ନେବାକୁ କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ, କଣ ପାଇଁ ସର୍ବଦା ଭାରତରେ ବାର୍ଡ ଫ୍ଲୁ ହୋଇଥାଏ । ଏହା ଦେଶକୁ ଆସିବାର ମାଧ୍ୟମ କଣ । ତାହେଲେ ଚାଲନ୍ତୁ ଜାଣିବା ସେ ବିଷୟରେ ।
ବାର୍ଡ ଫ୍ଲୁ ଅର୍ଥାତ ଏଭିଅନ ଇନଫ୍ଲୁଏନ୍‌ଜା ସମଗ୍ର ବିଶ୍ୱର ଅନେକ ଦେଶରେ ବ୍ୟାପୁଛି । ପୂର୍ବରୁ ବାର୍ଡ ଫ୍ଲୁ ୪ ଥର ବିଶ୍ୱରେ ସଂକ୍ରମଣ କରାଇଛି । ଭାରତରେ ଏହା ପ୍ରଥମେ ୨୦୦୬ ମସିହାରେ ହୋଇଥିଲା । ସେବେଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଭାରତରେ ୪ ଥର (୨୦୦୬,୨୦୧୨,୨୦୧୫ ଓ ୨୦୨୧)ରେ ବାର୍ଡ ଫ୍ଲୁ ହୋଇଛି । ଦେଶରେ ବାର୍ଡ ଫ୍ଲୁ ବର୍ଷର ଶେଷ ଆଡକୁ ବ୍ୟାପିଚାଲିଛି । ଅର୍ଥାତ ଥଣ୍ଡା ଋତୁରେ ଏବେ ଏହା ବ୍ୟାପୁଛି । ଅଧିକାଂଶ ସମୟରେ ସଂକ୍ରମଣଜନିତ ମାମଲା ସେପ୍ଟେମ୍ବର ଓ ଅକ୍ଟୋବରରୁ ଆରମ୍ଭ କରି ଫେବୃୟାରୀ-ମାର୍ଚ୍ଚ ମଧ୍ୟରେ ହୋଇଥାଏ । ପ୍ରଥମଟି ହେଲା ପ୍ରବାସୀ ପକ୍ଷୀଙ୍କ ଦ୍ୱାରା, ଦ୍ୱିତୀୟଟି ସଂକ୍ରାମକ ବସ୍ତୁ ଦ୍ୱାରା । ପଶୁପାଳନ ଏବଂ ଡାଏରୀ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ଭାରତରେ ବାର୍ଡ ଫ୍ଲୁ ସଂକ୍ରମଣ ପ୍ରାୟ ପ୍ରବାସୀ ପକ୍ଷୀଙ୍କ ଦ୍ୱାରା ବ୍ୟାପିଥାଏ । ଏହାପରେ ସଂକ୍ରାମକ ବସ୍ତୁ ଦ୍ୱାରା । ୨୦୦୫ ମସିହାରେ ଭାରତ ସରକାର ବାର୍ଡ ଫ୍ଲୁ ରୋକିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିସାରିଥିଲେ । ସେବେଠାରୁ ଏହାକୁ ଅପଡେଟ କରାଯାଇ ଅନୁସରଣ କରାଯାଉଛି । ବାର୍ଡ ଫ୍ଲୁ ଭାଇରସ ପକ୍ଷୀଙ୍କ ଥୁକିବା, ସ୍ୱାବ ଓ ମଳ ଦ୍ୱାରା ବ୍ୟାପିଥାଏ । ସେପ୍ଟେମ୍ବରରୁ ଆରମ୍ଭ କରି ମାର୍ଚ୍ଚ ପର୍ଯ୍ୟନ୍ତ ସରକାର ପ୍ରବାସୀ ପକ୍ଷୀ ଓ ପୋଲଟ୍ରି ଉପରେ ନଜର ରଖିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking