30.1 C
Bhubaneswar
Sunday, May 5, 2024
Homeଓଡିଶାସ୍ମାର୍ଟ ସିଟିରେ କିଛି ଘଣ୍ଟା ପାଇଁ ଜଳ ଯୋଗାଣ ବନ୍ଦ

ସ୍ମାର୍ଟ ସିଟିରେ କିଛି ଘଣ୍ଟା ପାଇଁ ଜଳ ଯୋଗାଣ ବନ୍ଦ

ଭୁବନେଶ୍ୱର : ସ୍ମାର୍ଟ ସିଟିରେ କିଛି ଘଣ୍ଟା ପାଇଁ ବନ୍ଦ ରହିଛି ଜଳ ଯୋଗାଣ । ଆଜି(ଶୁକ୍ରବାର) ୮ଘଣ୍ଟା ପାଇଁ ବନ୍ଦ ରହିଛି ଯୋଗାଣ । ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ । ଓଡ଼ିଶା ଜଳ ନିଗମ(ୱାଟକୋ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେଣୁ ଆଗୁଆ ଜଳ ସଂରକ୍ଷିତ ରଖିବା ପାଇଁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଛି ।

ଆଜି ପଳାଶୁଣୀ ନିକଟରେ ଜଳଯୋଗାଣ ପାଇପ୍ ଳାଇନ୍ ମରାମତି ହେବାକୁ ଥିବାରୁ ସକାଳ ସହର ଭିତରକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ପାଇଁ ନିଷ୍ପତ୍ତି ନିଆଯାଇଛି । ଜଳଯୋଗାଣ ବନ୍ଦ ରହୁଥିବାରୁ ଲୋକମାନଙ୍କୁ ସମସ୍ୟା ଭୋଗିବାକୁ ପଡ଼ିପାରେ । ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଆଗୁଆ ପାଣି ସଜ ରଖିବାକୁ କୁହାଯାଇଛି । ରାଜଧାନାବାସୀଙ୍କୁ ଏ ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଛି ୱାଟକୋ । ୟୁନିଟ-9, ଖାରବେଳ ନଗର, ସୈନିକ ସ୍କୁଲ, ବ୍ରିଟ କଲୋନି, ଚିନ୍ତାମଣୀଶ୍ବର, ଲକ୍ଷ୍ମୀସାଗର,ବମିଖାଲ, ଶହୀଦ ନଗର, ଭିଏସଏସ ନଗର ଓ ଏହାର ଆଖପାଖି ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking