30.1 C
Bhubaneswar
Sunday, May 19, 2024
Homeଅପରାଧଦୁଇ ହଜାର ଟଙ୍କାର ସୁଧ ନଦେବାରୁ ଯୁବକଙ୍କୁ ଗୁଳି କରି ହତ୍ୟା

ଦୁଇ ହଜାର ଟଙ୍କାର ସୁଧ ନଦେବାରୁ ଯୁବକଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଛାବଲା ଅଂଚଳରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମାମଲାର ତଦନ୍ତ କରିବା ପରେ ପୁଲିସ ଜଣେ ମହିଳାଙ୍କ ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଯେତେବେଳେ କି ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଜଣଙ୍କୁ ଗିରଫ କରାଯିବା ପାଇଁ ପ୍ରୟାସ ଜାରି ରହିଛି । ପ୍ରାଥମିକ ତଦନ୍ତରେ ଜଣାପଡିଛି ଯେ, ମୃତକ ଜଣକ ୨ ହଜାର ଟଙ୍କା ଧାର ନେଇଥିଲେ । ହେଲେ ତାର ସୁଧ ନଦେବାରୁ ତାଙ୍କୁ ହତ୍ୟା କରାଯାଇଛି ।
ଜିଲ୍ଲା ପୁଲିସ ଅଧିକାରୀ ଶଙ୍କର ଚୌଧୁରୀ କହିଛନ୍ତି ଯେ, ମୃତକ ଜଣକ ଶିନାଖତ ପପରାବଟ ଗାଁ ନିବାସୀ ତାକେଶ ବୋଲି ଜଣାପଡିଛି । ବୁଧବାର ପୋଲିସକୁ ସୂଚନା ମିଳିଥିଲା ଯେ, ଛାବଲାର ବିଷ୍ଣୁ ମନ୍ଦିର ନିକଟରେ ଏକ ଘରର ଛାତରୁ ପଡିବା ଯୋଗୁଁ ଯୁବକଙ୍କର ମୃତ୍ୟୁ ହୋଇଛି । ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ଆଉ ସେଠାରେ ପୁଲିସ ସିଡିରେ ରକ୍ତ ଛିଟା ପଡିଥିବା ଦେଖିବାକୁ ପାଇଥିଲା । ଛାନଭିନ ପରେ ଯୁବକଙ୍କ ମୁଣ୍ଡକୁ ଗୁଳି କରାଯାଇଥିବା ପୋଲିସ ଜାଣିବାକୁ ପାଇଛି । ଏହାପରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାବାଦ୍ ପୁଲିସ ଘଟଣାସ୍ଥଳ ନିକଟରେ ସିସିଟିଭି କ୍ୟାମେରା ମଧ୍ୟ ଯାଂଚ କରିଥିଲା । ଛାବଲା ଥାନା ପୁଲିସ ଓ ସ୍ପେଶାଲ ଷ୍ଟାଫ ଯାଂଚ ମଧ୍ୟରେ ମିଳିଥିବା ସାକ୍ଷୀ ଆଧାରରେ ପପରାବଟ ଗାଁ ନିବାସୀ ଭୂପିନ୍ଦର ଓ ପ୍ରେମ ନଗର ନିବାସୀ ଅନିତା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି । ପଚରାଉଚୁରା ପରେ ଜଣାପଡିଥିଲା ଯେ, ତାକେଶ ମହିଳାଙ୍କ ଠାରୁ ୨ ହଜାର ଟଙ୍କା ଧାର ନେଇଥିଲେ । ହେଲେ ଏହାର ସୁଧ ଦେଉନଥିଲେ । ସେଥିପାଇଁ ମୁଖ୍ୟ ଅଭିଯୁକ୍ତ ଅନିଲ, ତାକେଶକୁ ନିଜ ଘରକୁ ଆଣିଥିଲା ଓ ପରେ ଗୁଳି କରି ହତ୍ୟା କରିଥିଲା । ବର୍ତମାନ ପୁଲିସ ଅନିଲ ଓ ତା ସାଥୀ ବିକାଶର ସନ୍ଧାନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking