28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗମା’ ହେବା ପରେ ପ୍ରଥମ ଥର ନିଜ ଝିଅ ସହ ନଜର ଆସିଲେ ଅନୁଷ୍କା

ମା’ ହେବା ପରେ ପ୍ରଥମ ଥର ନିଜ ଝିଅ ସହ ନଜର ଆସିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲୀ ୧୧ ଜାନୁୟାରୀ ରେ ଏକ କନ୍ୟା ସନ୍ତାନର ପିତାମାତା ହୋଇଥିଲେ । ଏହି ଖୁସି ଖବର ବିରାଟ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଫ୍ୟାନ୍ସଙ୍କୁ ଦେଇଥିଲେ । ଆଉ ଏବେ ଫେବୃୟାରୀ ୧ରେ ଜନ୍ମର ୨୧ ଦିନ ପରେ ଅନୁଷ୍କା ନିଜ ଝିଅର ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଝିଅର ନାଁ ମଧ୍ୟ ନିଜ ଫଲୋଅର୍ସ ଓ ଫ୍ୟାନ୍ସଙ୍କୁ କହିଛନ୍ତି । ସୋମବାର ଅନୁଷ୍କା ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜ ଝିଅକୁ ଧରିଛନ୍ତି । ଅନୁଷ୍କା ଓ ବିରାଟ ହସ ହସ ମୁହଁରେ ନିଜ ଝିଅକୁ ଚାହିଁଛନ୍ତି । ସେମାନେ ନିଜ ଝିଅର ନାମ ‘ବାମିକା’ ରଖିଛନ୍ତି । ତେବେ ମା ହେବା ପରେ ଅନୁଷ୍କା ପ୍ରଥମଥର ପାଇଁ ଏହା ପୋଷ୍ଟ କରିଛନ୍ତି । ଝିଅ ସହ ଫଟୋ ସେୟାର କରିବା ପରେ ସବୁ ସିଲେବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking