37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଲାଗିଲା କୃଷି ସେସ , ବଢିବ ଦର

ଲାଗିଲା କୃଷି ସେସ , ବଢିବ ଦର

ନୂଆଦିଲ୍ଲୀ: ଆହୁରି ବଢିବ ପେଟ୍ରୋଲ ଏବଂ ଡିଜେଲ ଦର । ପେଟ୍ରୋଲ ଉପରେ ଅଢେଇ ଟଙ୍କା କୃଷି ସେସ ଲଗାଇଛି କେନ୍ଦ୍ର । ଡିଜେଲ ଉପରେ ମଧ୍ୟ ୪ ଟଙ୍କା କୃଷି ସେସ ଲାଗିଛି । ବର୍ତମାନ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୬ ଟଙ୍କା ୯୮ ପଇସା ରହିଥିବା ବେଳେ ଡିଜେଲ ଦର ୮୩ ଟଙ୍କା ୩୨ ପଇସା ରହିଛି । ବର୍ତମାନ ସମୟରେ ହୁ ହୁ ହୋଇ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ଫଳରେ ଦର ବୃଦ୍ଧି ନେଇ ଗାଡି ଚାଳକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତେଲର ମୂଲ୍ୟ ଗତ କିଛି ଦିନ ହେଲା ବଢିଚାଲିଛି । ଏହା ଫଳରେ ଭାରତରେ ତେଲଦର ବଢୁଛି ବୋଲି କୁହାଯାଉଛି । ତେବେ ଗତ ବର୍ଷ ଯେତେବେଳେ ଅଶୋଧିତ ତେଲ ଦର  ହ୍ରାସ ପାଇଥିଲା, ସରକାର ଉତ୍ପାଦ ଶୁଳ୍କ ବଢାଇଦେଇଥିଲେ, କିନ୍ତୁ ଏବେ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢିଚାଲିଛି, ପୁଣି ଥରେ ଶୁଳ୍କ ହ୍ରାସ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking