33.1 C
Bhubaneswar
Friday, April 26, 2024
Homeଓଡିଶାଡରାଇଲାଣି ଡେଙ୍ଗୁ: ହାତ ଟେକିଦେଲା ବିଏମ୍‌ସି

ଡରାଇଲାଣି ଡେଙ୍ଗୁ: ହାତ ଟେକିଦେଲା ବିଏମ୍‌ସି

ଭୁବନେଶ୍ୱର: ଭୁବନେଶ୍ୱରବାସୀଙ୍କୁ ମୌଳିକ ସେବା ଯେଗାଇବାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏକବାର ବିଫଳ ଥିବା ପ୍ରତିଫଳିତ ହୋଇଛି । ସେ କରୋନା ହେଉ କି ଡେଙ୍ଗୁ ମୁକାବିଲା, ସବୁଥିରେ ବିଫଳ । ରାଜଧାନୀରେ ଏବେ ଡେଙ୍ଗୁ ତା’ କାୟା ମେଲାଉଥିବାବେଳେ କେତେକ ସ୍ଥାନର ଯତ୍ନ ନେଇ ଡେଙ୍ଗୁ ବ୍ୟାପିବାକୁ ପ୍ରତିହତ କରିବାକୁ ହେବ ବୋଲି ଲୋକଙ୍କୁମାନଙ୍କୁ କହି ଏବେ ହାତ ଟେକି ଦେଇଛି ବିଏମ୍‌ସି ।

ନିଜ ଆଖ ପାଖ ପରିବେଶର ଯତ୍ନ ନିଜେ ନିଅ । ଆଖ ପାଖରେ ସ୍ଥିର ଜଳ ଜମିବାକୁ ଦିଅନାହିଁ । ସ୍ଥିର ଜଳ ରହିଲେ ଡେଙ୍ଗୁ ମଶା ତା’ର ବଂଶ ବିସ୍ତାର କରେ । ତେଣୁ ଡେଙ୍ଗୁ ସଂକ୍ରମଣକୁ ଏଡ଼ାଇବା ପାଇଁ ଏବେ ସମାଜର ସମସ୍ତ ବର୍ଗ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ବିଏମ୍‌ସି କହି ନିଜ ଦାୟିତ୍ୱ ଶେଷ କରିଦେଇଥିବା ଚର୍ଚ୍ଚା ହେଉଛି । ଗୁରୁବାର ବିଏମ୍‌ସି ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯିବା ସହ ପ୍ରମୁଖ ଅନୁଷ୍ଠାନଗୁଡ଼ିକୁ ଏନେଇ ଚେତାବନୀ ପ୍ରଦାନ କରାଯାଇଛି । ବିଏମ୍‌ସି କମିଶନର ସଞ୍ଜୟ ସିଂହଙ୍କ ନିର୍ଦ୍ଦେଶ କ୍ରମେ ସହରରେ ଥିବା ସମସ୍ତ ସରକାରୀ ତଥା ବେସରକାରୀ ଦପ୍ତର, ପାର୍କ, ଶିକ୍ଷାନୁଷ୍ଠାନ, ଶିଳ୍ପାଞ୍ଚଳ, ଥାନା, ଗ୍ୟାରେଜ୍ ଓ ଆବାସିକ କଲ୍ୟାଣ ସଂଘଙ୍କୁ ପରିବେଶ ସଫାସୁତୁରା ରଖିବା ପାଇଁ ଚେତାବନୀ ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ସହ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ଭୁବନେଶ୍ୱରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭ ହଜାର ଟପିଥିବାବେଳେ ମୋଟ ସଂଖ୍ୟା ଲକ୍ଷେ ମୁହାଁ ହୋଇଛି । ଏହି ମଧ୍ୟରେ ଏବେ ସୁଦ୍ଧା ଭୁବନେଶ୍ୱରରୁ ୨୭୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଠି ଜୁଲାଇ ଆରମ୍ଭରେ କିଞ୍ଚିତ ମାମଲା ସାମ୍ନାକୁ ଆସିଥିଲା, ତାହା ଏବେ ବଢ଼ି ୩୦୦ ମୁହାଁ ହେବାକୁ ବସିଛି । ଯାହାକି ବିଏମ୍‌ସିର ସହର ପରିମଳ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇବା ସହ ସହରବାସୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଏହି ସ୍ଥିତିରେ ବିଏମ୍‌ସି ପକ୍ଷରୁ ଡେଙ୍ଗୁ ନେଇ ସଚେତନତା କମ୍ କଟକଣା ଅଧିକ ଜାରି କରାଯାଇଥିବା ନଜରକୁ ଆସିଛି । ଗୁରୁବାର ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରୁ ଏହା ପ୍ରକାଶ ପାଇଛି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ ସହରର ପ୍ରତ୍ୟେକ ଅନୁଷ୍ଠାନ ନିଜେ ନିଜ ପରିସର ସଫା କରିବା ସହ ସ୍ୱଚ୍ଛତା ପ୍ରତି ଯତ୍ନ ଦେବେ । ବିଏମ୍‌ସି ପକ୍ଷରୁ ଏନେଇ ନିୟମିତ ଯାଞ୍ଚ ଜାରି ରହିବ । ଏନେଇ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହୋଇଥିବାବେଳେ ସମ୍ପୃକ୍ତ ଟିମ୍ କ୍ଷେତ୍ର ସ୍ତରୀୟ ଯାଞ୍ଚ କରିବା ସହ ନିୟମ ଖିଲାପ କାରୀଙ୍କ ଠାରୁ ଜୋରିମାନା ଆଦାୟ କରିବ । ଆବଶ୍ୟକ ସ୍ଥଳରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଡେଙ୍ଗୁ ନ ବ୍ୟାପିବା ପାଇଁ ପ୍ରତିଷୋଧାତ୍ମକ ପଦକ୍ଷେପ ସ୍ୱରୂପ ବିଏମ୍‌ସି ସର୍ତ୍ତରେ ଅନୁଷ୍ଠାନଗୁଡ଼ିକ କି କି ପଦକ୍ଷେପ ନେଇଛନ୍ତି ତା’ର ଯାଞ୍ଚ କରିବାକୁ ଟିମ୍‌କୁ ନିର୍ଦ୍ଦେଶ ମିଳିଥିବା କମିଶନର ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking