28.1 C
Bhubaneswar
Friday, May 3, 2024
Homeଓଡିଶାତାତି ଡେଇଁଲା ୪୪

ତାତି ଡେଇଁଲା ୪୪

ଭୁବନେଶ୍ୱର : ଅସହ୍ୟ ତାତି। ଆକାଶରୁ ସତେଯେମିତି ନିଆଁ ଝୁଲ ଖସୁଛି । ଜଳୁଛି ସାରା ରାଜ୍ୟ । ଏ ବର୍ଷର ପ୍ରଥମ ଥର ପାଇଁ ତାପମାତ୍ରା ୪୪ ଡିଗ୍ରୀ ଡେଇଁଲା । ୪୪.୩ ଡିଗ୍ରୀ ସହ ଆଜି ବୌଦ୍ଧ ସବୁଠୁ ଉତପ୍ତ ସହର । ୪୪.୨ ଡିଗ୍ରୀ ସହ ବାରିବଦା ତାପମାତ୍ରା ଦ୍ୱିତୀୟ ସର୍ବାଧିକ । ସେହିପରି ରାଜଧାନୀର ତାପମାତ୍ରା ୪୧ ଡିଗ୍ରୀ ରହିଛି । ସମ୍ବଲପୁର ୪୨.୪, କେନ୍ଦୁଝର ଓ ଚାନ୍ଦବାଲିରେ ୪୨.୨ ଡିଗ୍ରୀ ତାପମାତ୍ରା ରହିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଟାଣ ଖରା ପାଇଁ ଆଜି ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ନେଇ ମଧ୍ୟ ଚେତାବନୀ ଜାରି କରାଯାଇଛି। ସେହି ସ୍ଥାନ ଗୁଡ଼ିକ ହେଲା ମୟୂରଭଂଜ, ଅନୁଗୋଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଏବଂ କଟକ। ଏହି ଜିଲ୍ଲାକୁ ସିଭିଅର ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking