28.1 C
Bhubaneswar
Sunday, April 28, 2024
Homeଓଡିଶାଆମିଷ ଖାଇଲେ ସାପ କାମୁଡ଼ି ଦେବ, ଆଖି ଓ କାନ ଫୁଟିଯିବ: ବର୍ଷ ବର୍ଷ ଧରି...

ଆମିଷ ଖାଇଲେ ସାପ କାମୁଡ଼ି ଦେବ, ଆଖି ଓ କାନ ଫୁଟିଯିବ: ବର୍ଷ ବର୍ଷ ଧରି ଗ୍ରାମରେ ପଶୁନି ଆମିଷ

ଭୁବନେଶ୍ୱର: ଆମିଷ ଖାଇଲେ ସାପ ମାରିଦେବ । ଆଖି କାନ ଫୁଟିଯିବ । ଏଠି ଆମିଷ ଖାଇବା ତ ଦୂରର କଥା ଏଠି ଆମିଷ ପଶେନାହିଁ । ଏବେ ସାରା ରାଜ୍ୟରେ ହେତୁବାଦୀମାନଙ୍କର ସୂର୍ଯ୍ୟପରାଗରେ ଆମିଷ ଖାଇବାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । କିନ୍ତୁ ଆମେ ଏମିତି ଏକ ଗାଁର କଥା କହୁଛୁ ଯେଉଁ ଗାଁରେ ନାଁ କେହି ଆମିଷ ଖାଉଛନ୍ତି ନାଁ ଗାଁରେ ଆମିଷ ପଶୁଛି । ଏପରି ଏକ ଗାଁର ନାମ ହେଉଛି ବେଣ୍ଟସାଳିଆ ।

ଏସିଆ ମହାଦେଶର ସବୁଠାରୁ ବଡ ଗାଁ ହେଉଛି ଢେଙ୍କାନାଳ ଜିଲ୍ଲାର ଭୁବନ । ଆଉ ଭୁବନ ବ୍ଲକରେ ରହିଛି ବେଣ୍ଟସାଳିଆ ଗ୍ରାମ । ଏହି ଗ୍ରାମରେ ବସବାସ କରନ୍ତି ଗୋପାଳ ବୈଷ୍ଣବର ୬୦ ପରିବାର । ବେଣ୍ଟସାଳିଆ ଗାଁରେ ଗୋପାଳ ବୈଷ୍ଣବ ଜାତିତ ଲୋକେ ବସବାସ କରନ୍ତି । ଗ୍ରାମର ପୂର୍ବ ଦିଗରେ ରହିଛି କୁଳଦେବୀ ମା’ ସୁନାଝରି ଓ ରାଧାକୃଷ୍ଣଙ୍କ ମନ୍ଦିର । ପିଢି ପରେ ପିଢି କେହି ଆମିଷ ଖାଉନାହାନ୍ତି କି ଗାଁରେ ପୁରାଇ ଦେଉନାହାନ୍ତି । ପୂର୍ବପୁରଷ କହିଛନ୍ତି, ଗାଁରେ ଆମିଷ ପଶିଲେ କି ଖାଇଲେ ସାପ କାମୁଡ଼ିବ ନହେଲେ ଆଖି ଫୁଟିଯିବ । ସେଇ ପ୍ରଥାକୁ ନେଇ ଆଜି ପର୍ଯ୍ୟନ୍ତ ପୂର୍ବପୁରୁଷଙ୍କ କଥାକୁ ମାନି ନିରାମିଷ ଖାଉଛନ୍ତି ଲୋକେ ।

ବିଶ୍ୱାସ କରାଯାଏ, ଯେ ଦିନେ ଜଣେ ମାଛ ବେପାରି ମାଛ ନେଇ ହଠାତ୍ ଗାଁ ଭିତରକୁ ପଳେଇ ଆସିଥିଲା । ଆଉ ସେ ଆମିଷ ଆଣି ଗାଁରେ ଭର୍ତ୍ତି କରିଥିବାରୁ ଗଛରେ ଥିବା ଗୋଖର ସାପ ହଠାତ୍ ସେ ମାଛ ବେପାରିକୁ କାମୁଡି ଦେଇଥିଲା । ଆଉ ସେହି ଦିନ ଠାରୁ ଗ୍ରାମବାସୀ ଆମିଷ ତ ଖାଇବା ଦୂରର କଥା ଗାଁ ମଧ୍ୟକୁ କେବେ ବି ଆମିଷ ପଶେନାହିଁ । ଏଠି ମଣିଷଙ୍କ ପରି କୁକୁରମାନେ ମଧ୍ୟ ଆମିଷ ଛୁଅଁନ୍ତି ନାହିଁ । ସେଥିପାଇଁ ତ ଆଖପାଖ ଅଞ୍ଚଳରେ ବେଣ୍ଟସାଳିଆ ଗାଁର ସମ୍ପର୍କ ନିଆରା । ଏଠି ଛୋଟ ଛୁଆଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ କେହି ଆମିଷ ଖୋଜନ୍ତନି । ସେଥିପାଇଁ ତ ସମସ୍ତେ କୁହନ୍ତି ନିରାମିଷ ଗାଁ ବେଣ୍ଟସାଳିଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking