32.1 C
Bhubaneswar
Sunday, April 28, 2024
Homeଓଡିଶାହୋଡିଂରେ ଲାଗିବ ଜିପିଏସ : ବ୍ୟକ୍ତିଗତ ଜାଗାରେ ବିଜ୍ଞାପନ ଲଗାଇଲେ ଦେବାକୁ ପଡ଼ିବ ଦେୟ, ବିଏମସିର...

ହୋଡିଂରେ ଲାଗିବ ଜିପିଏସ : ବ୍ୟକ୍ତିଗତ ଜାଗାରେ ବିଜ୍ଞାପନ ଲଗାଇଲେ ଦେବାକୁ ପଡ଼ିବ ଦେୟ, ବିଏମସିର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ହୋର୍ଡିଂ ବା ବିଜ୍ଞାପନକୁ ନେଇ କଠୋର ପଦକ୍ଷେପ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବିଏମସି ଅଧିନରେ ପଞ୍ଜିକୃତ ହୋଇନଥିବା ସଂସ୍ଥାଙ୍କୁ ସେମାନଙ୍କର ହୋର୍ଡିିଂକୁ ହଟାଇବାକୁ କୁହାଯାଇଛି । ଏଥିସହିତ ପ୍ରତ୍ୟେକ ସଂସ୍ଥାଙ୍କୁ ବିଏମସିରେ ପଞ୍ଜିକୃତ ହେବାକୁ କୁହାଯାଇଛି । ବେଆଇନ ହୋର୍ଡିଂ ହଟାଇବାକୁ ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚିହ୍ନଟ କରାଯାଇଛି ।

ବ୍ୟକ୍ତିଗତ ଜାଗାରେ ହୋର୍ଡିଂ ଲଗାଇଲେ ଧାର୍ଯ୍ୟ ଦେୟ ଦେବାକୁ ପଡ଼ିବ । କିଛି ସଂସ୍ଥା ଏନେଇ ବିଏମସିକୁ ଜଣାଉ ନାହାନ୍ତି । କିଛି କର୍ମଚାରୀ, ଜମି ମାଲିକ, ବିଜ୍ଞାପନ ଏଜେନ୍ସିଙ୍କ ସହ ମିଶି ବହୁ ଅର୍ଥ ହରିଲୁଟ୍ କରୁଥିବା ଦେଖାଯାଉଛି । ତେବେ ଆଗକୁ ପ୍ରତ୍ୟେକ ହୋର୍ଡିଂରେ ଜିପିଏସ୍ ଲାଗିବ । ଏହାଦ୍ୱାରା ହୋର୍ଡିଂ ହଟିଲା କି ଲାଗିଛି ତାହାର ତଥ୍ୟ ବିଏମସି ପାଇପାରିବ । ଯେଉଁ ହୋର୍ଡିଂରେ ଜିପିଏସ ନଥିବ ତାହାକୁ ସଙ୍ଗେସଙ୍ଗେ ହଟାଇ ଦିଆଯିବ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ବିଏମସିର ରାଜସ୍ୱ ଆୟ ୪ ଗୁଣା ବୃଦ୍ଧି ପାଇବ ବୋଲି କାଲକୁଲେସନ କରାଯାଇଛି ।

ତେବେ ‘ଆଡଭର୍ଟାଇଜମେଣ୍ଟ ରେଗୁଲେସନ-୨୦୦୬’ ଅନୁଯାୟୀ କେବଳ ପଞ୍ଜିକୃତ ସଂସ୍ଥାମାନେ ବିଏମସି ଅଞ୍ଚଳରେ ବିଜ୍ଞାପନ ହୋର୍ଡିଂ ଲଗାଇ ପାରିବେ । ସେମାନେ ଆବେଦନ କରିବା ପରେ ଉପଯୁକ୍ତ ଟ୍ରେଡ ଲାଇସେନ୍ସ ପାଇବା ପରେ ସ୍ୱୀକୃତି ପ୍ରାପ୍ତ ହେବେ । ଅନେକ ଲୋକ ନିଜ ଘର ଉପରେ ବିଜ୍ଞାପନ ଲଗାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲେ । ଏଜେନ୍ସିମାନେ ଯେତିକି ହୋର୍ଡିଂ ଲଗାଉଥିଲେ ତା’ଠାରୁ କମ୍ ହିସାବ ବିଏମସିକୁ ଦେଉଥିଲେ । ତେବେ ଏନେଇ ଅନେକ ଅଭିଯୋଗ ଆସିବା ପରେ ବିଏମସି ଏଭଳି ନୂଆ ପଦକ୍ଷେପ ନେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking