30.1 C
Bhubaneswar
Monday, May 6, 2024
Homeଖେଳଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: ଦୁଇକୁ ଉଠିଲେ ସୂର୍ଯ୍ୟକୁମାର

ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: ଦୁଇକୁ ଉଠିଲେ ସୂର୍ଯ୍ୟକୁମାର

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ଟି-୨୦ ର‌୍ୟାଙ୍କିଙ୍ଗ୍‌ରେ ବଡ଼ ଲାଭ ହୋଇଛି । ଭାରତୀୟ ବ୍ୟାଟ୍ସମ୍ୟାନ୍ ଗୋଟିଏ ସ୍ଥାନର ଉନ୍ନତି ସହ ଦ୍ୱିତୀୟ ସ୍ଥାନ କବ୍‌ଜା କରିଛନ୍ତି । ସେ ସାଉଥ୍ ଆଫ୍ରିକାର ଆଇଦେନ୍ ମାର୍କରମ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି । ସେହିପରି ପାକିସ୍ତାନ ଓପ୍ନର୍ ମହମ୍ମଦ ରିଜୱାନ୍ ପ୍ରଥମ ସ୍ଥାନରେ ନିଜ କବ୍‌ଜାକୁ ଆହୁରି ମଜଭୁତ କରିଛନ୍ତି । ରିଜ୍‌ୱାନ୍ ଓ ସୂର୍ଯ୍ୟକୁମାରଙ୍କ ମଧ୍ୟରେ ବ୍ୟବଧାନ ଏବେ ୬୦ ପଏଣ୍ଟ୍‌ସ ରହିଛି। ସୂର୍ଯ୍ୟକୁମାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୪୬ ରନ୍ କରିଥିବା ବେଳେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ୩୬ ବଲ୍‌ରେ ୬୯ ରନ୍‌ର ଆକର୍ଷଣୀୟ ଇଂନିସ୍ ଖେଳିଥିଲେ । ଅନ୍ୟପକ୍ଷରେ ରିଜୱରାନ୍ ମଧ୍ୟ ଇଂଲଣ୍ଠ ବିପକ୍ଷରେ ଦୁଇଟି ଅର୍ଦ୍ଧଶକୀୟ ଇନିଂସ୍ ଖେଳି ନିଜ ନମ୍ବର ଏକ ସ୍ଥାନ ବଞ୍ଚାଇବାରେ ସଫଳ ହୋଇଛନ୍ତି ।

ବ୍ୟାଟ୍ସମ୍ୟାନ୍‌ଙ୍କ ନୂଆ ର‌୍ୟାଙ୍କିଙ୍ଗ୍‌ରେ ଆଇଦେନ୍ ମାର୍କରମ୍ ଦୁଇଟି ସ୍ଥାନର କ୍ଷତି ସହିତ ଚତୁର୍ଥକୁ ଖସି ଆସିଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଶତକ ହାସଲ କରିଥିବା ପାକିସ୍ତାନ କ୍ୟାପ୍‌ଟେନ୍ ବାବର ଆଜମ୍‌ଙ୍କୁ ଗୋଟିଏ ସ୍ଥାନର ଲାଭ ମିଳିଥିବା ବେଳେ ସେ ତୃତୀୟକୁ ଉଠିଛନ୍ତି । ଅଷ୍ଟ୍ରେଲିଆ କ୍ୟାପ୍‌ଟେନ୍ ଆରୋନ୍ ଫିଞ୍ଚ୍ ଇଂଲଣ୍ଡର ଡେଭିଡ୍ ଡାୱିଡ୍ ମଲାନ୍‌ଙ୍କୁ ପଛରେ ପକାଇ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ର‌୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡର ଯୁବ ବ୍ୟାଟମ୍ସ୍ୟାନ୍ ହାରୀ ବ୍ରୁକ୍ସ ୧୧୮ ସ୍ଥାନର ଜୋର୍‌ଦାର ଲମ୍ଫ ପ୍ରଦାନ କରି ୨୯ ନମ୍ବରରେ ପହଞ୍ଚିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ କ୍ୟାପ୍‌ଟେନ୍ ରୋହିତ ଶର୍ମା ୧୩ତମ ସ୍ଥାନରେ ଥିବାବେଳେ ବିରାଟ କୋହଲି ଗୋଟିଏ ସ୍ଥାନର ଲାଭ ସହିତ ୧୫ରେ ପହଞ୍ଚିଛନ୍ତି । ତେବେ କେଏଲ୍ ରାହୁଲ ଓ ଈଶାନ୍ କିଶନ୍ ଦୁଇଟି ଲେଖାଏଁ ସ୍ଥାନର କ୍ଷତି ସହିତ ଯଥାକ୍ରମେ ୨୨ ଓ ୨୫ ନମ୍ବରକୁ ଖସିଯାଇଛନ୍ତି । ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ଅକ୍ଷର ପଟେଲ୍ ୧୫ ସ୍ଥାନ ଉପରକୁ ଉଠି ୧୮ରେ ପହଞ୍ଚିଛନ୍ତି ।

ପାକିସ୍ତାନର ହାରିସ୍ ରଉଫ୍ ସାତଟି ସ୍ଥାନର ଉନ୍ନତି ସହ ୧୪ରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆର ଆଦାମ୍ ଜାମ୍ପା ଓ ଭାରତର ଭୁବନେଶ୍ୱର କୁମାର ତଳକୁ ଖସି ଯଥାକ୍ରମେ ୬ଷ୍ଠ ଓ ୧୦ମରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆ ଫାଷ୍ଟ୍ ବୋଲର୍ ଜୋଶ୍ ହେଜଲ୍‌ଉଡ୍ ର‌୍ୟାଙ୍କିଙ୍ଗ୍‌ର ଶୀର୍ଷସ୍ଥାନରେ ପୂର୍ବତନ କାଏମ ରହିଛନ୍ତି । ଅଲ୍‌ରାଉଣ୍ଡର୍ ସୂଚୀରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ୱାନିନ୍ଦୁ ହସରଙ୍ଗାଙ୍କ ସହ ସଂଯୁକ୍ତ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଆଫଗାନିସ୍ତାନ କ୍ୟାପ୍‌ଟେନ୍ ମହମ୍ମଦ ନବୀ ବାଂଲାଦେଶ କ୍ୟାପ୍‌ଟେନ୍ ସାକିବ୍ ଅଲ୍ ହନ୍‌ଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ କବ୍‌ଜା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking