31.1 C
Bhubaneswar
Monday, May 27, 2024
Homeଖେଳଶମୀଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍‌

ଶମୀଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍‌

ନୂଆଦିଲ୍ଲୀ: ଦୀର୍ଘ ୧୦ ଦିନ ଧରି କୋଭିଡ୍‌-୧୯ରେ ସଂକ୍ରମିତ ଥିବା ଭାରତୀୟ ଫାଷ୍ଟ ବୋଲର୍ ମହମ୍ମଦ ସାମିଲଙ୍କ ଟେଷ୍ଟ ରିପୋର୍ଟ ବୁଧବାର ନେଗେଟିଭ୍ ଆସିଛି । ୩୨ ବର୍ଷୀୟ ଶମୀ ନିଜ ଇନ୍‌ଷ୍ଟ୍ରାଗ୍ରାମ୍ ଆକାଉଣ୍ଟ୍‌ରେ ନେଗେଟିଭ୍ ରିପୋର୍ଟ ପୋଷ୍ଟ୍ କରି ଏହି ସୂଚନା ଦେଇଛନ୍ତି । ଆଜିଠାରୁ ତିରୁଅନନ୍ତପୁରମ୍‌ରେ ଆରମ୍ଭ ହେବାକୁ ଥିବା ସାଉଥ୍ ଆଫ୍ରିବା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ତାଙ୍କ ବଦଳ ଖେଳାଳି ଭାବେ ଉମେଶ ଯାଦବଙ୍କ ନାମ ଘୋଷଣା କରିବାର ଠିକ୍ ଏକଘଣ୍ଟା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି ।

ଏହି ସିନିୟର୍ ଭାରତୀୟ ପେସର୍ ସେପ୍ଟେମ୍ବର ୧୭ରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ସିରିଜ୍‌ରୁ ବାଦ୍ ପଡ଼ିଥିଲେ । ଜୁଲାଇରେ ଇଂଲଣ୍ଡ ବିପକ୍ଷ ସିରିଜ୍ ପରଠାରୁ କୌଣସି ମ୍ୟାଚ୍ ଖେଳିନଥିବା ଶମୀ ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଅଷ୍ଟ୍ରେଲିଆ ଏବଂ ସାଉଥ୍ ଆଫ୍ରିଆ ବିପକ୍ଷ ସିରିଜ୍ ପାଇଁ ଦଳରେ ସ୍ଥାନ ପାଇଥିଲେ । ସେହିପରି ଅଷ୍ଟ୍ରେଲିଆରେ ଆସନ୍ତା ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ତାଙ୍କୁ ଦଳରେ ଷ୍ଟାଣ୍ଡ୍‌ବାଇ ଖେଳାଳି ଭାବେ ସାମିଲ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking