38.1 C
Bhubaneswar
Friday, April 26, 2024
Homeଖେଳବିଡବ୍ଲ୍ୟୁଏଫ୍ ର‌୍ୟାଙ୍କିଙ୍ଗ୍‌: ଷଷ୍ଠରେ ସିନ୍ଧୁ, ଶୀର୍ଷ ୧୫କୁ ଫେରିଲେ ପ୍ରଣୟ

ବିଡବ୍ଲ୍ୟୁଏଫ୍ ର‌୍ୟାଙ୍କିଙ୍ଗ୍‌: ଷଷ୍ଠରେ ସିନ୍ଧୁ, ଶୀର୍ଷ ୧୫କୁ ଫେରିଲେ ପ୍ରଣୟ

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବ୍ୟାଡ୍‌ମିଣ୍ଟନ୍ ଖେଳାଳି ଏଚ୍‌ଏସ୍ ପ୍ରଣୟ ଲଗାତାର ଉନ୍ନତ ପ୍ରଦର୍ଶନ ବଳରେ ମଙ୍ଗଳମାର ଜାରି ବିଡବ୍ଲ୍ୟୁଏଫ୍ ର‌୍ୟାଙ୍କିଙ୍ଗ୍‌ର ଶୀର୍ଷ ୧୫କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଲଗାତାର ଦୁଇଟି ଟୁର୍ଣ୍ଣାମେଣ୍ଟ୍ ବିଶ୍ୱ ଚାମ୍ପିଅନ୍‌ଶିପ୍ ଓ ଜାପାନ ଓପନ୍ ସୁପର୍ ୭୫୦ର ଫାଇନାଲ୍‌ରେ ପ୍ରବେଶ କରିଥିବା ପ୍ରଣୟ ଗୋଟିଏ ସ୍ଥାନ ଉପରକୁ ଉଠି ୧୫ତମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଯୁବ ଶଟ୍‌ଲର୍ ଲକ୍ଷ୍ୟ ସେନ୍ ନବମ ସ୍ଥାନରେ କାଏମ ଥିବାବେଳେ ପୁରୁଷ ର‌୍ୟାଙ୍କିଙ୍ଗ୍‌ରେ ଭାରତର ଶୀର୍ଷ ଖେଳାଳି ରହିଛନ୍ତି ।

କିଦାମ୍ବୀ ଶ୍ରୀକାନ୍ତ ଗୋଟିଏ ସ୍ଥାନର ଉନ୍ନତି ସହ ଏକାଦଶ ସ୍ଥାନରେ ପହଞ୍ଚିଛନ୍ତି । ଆହତ କାରଣରୁ ବିଶ୍ୱ ଚାମ୍ପିଅନ୍‌ଶିପ୍ ଓ ଜାପାନ ଓପନ୍‌ରୁ ଓହରି ଯାଇଥିବା ଦୁଇଥରର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ମହିଳା ର‌୍ୟାଙ୍କିଙ୍ଗ୍‌ରେ ଷଷ୍ଠସ୍ଥାନ ବଜାୟ ରଖିଛନ୍ତି । ଅନ୍ୟପକ୍ଷରେ ଲଣ୍ଡନ ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜୟିନୀ ସାଇନା ନେହ୍ୱାଲ୍ ଗୋଟିଏ ସ୍ଥାନର ଉନ୍ନତି ସହ ୩୧ତମ ସ୍ଥାନରେ ପହଞ୍ଚିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଏବଂ ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ବ୍ରୋଞ୍ଜ୍ ପଦକ ଜିତିଥିବା ସାତ୍ତ୍ୱିକ୍‌ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ୍ ସେଟ୍ଟୀଙ୍କ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ପୂର୍ବପରି ଅଷ୍ଟମ ସ୍ଥାନରେ ସ୍ଥିର ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking