28.1 C
Bhubaneswar
Saturday, April 27, 2024
Homeଓଡିଶାହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା

ମାଲକାନଗିରି: ସରକାର ନାରୀମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଥିଲେ ମଧ୍ୟ ତାହା ସଠିକ ଭାବରେ ହାଇପାରୁନାହିଁ । କାରଣ କିଛି ମନ୍ଦ ପ୍ରକୃତିର ଲୋକମାନେ ତାଙ୍କର କାମ ବାସନାକୁ ମେଣ୍ଟାଇବା ପାଇଁ ଯକୌଣସି ସୀମାକୁ ଉଲଙ୍ଘନ କରି ପାରନ୍ତି । ତାହାର ଉଦାହରଣ ପ୍ରତିଦିନ ଆମ ସମାଜରେ ହେବାର ଦେଖାଯାଉଛି । ବର୍ତ୍ତମାନ ହାଇଦ୍ରାବାଦର ଦୁଷ୍କର୍ମ ଓ ହତ୍ୟା ପ୍ରତେକ ଜିଲ୍ଲା ଓ ଗ୍ରାମାଞ୍ଚଳରେ ରେ ମଧ୍ୟ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି।
ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି -୭୯ର ଜାତୀୟ ରାଜମାର୍ଗରେ ସରକାରୀ ବିଦ୍ୟାଳୟର ଛାତ୍ର ଏବଂ ଏମ.ଭି -୭୯ ଅଞ୍ଚଳର ଯୁବକ ସଂଘ ସହ ଏମ.ଭି -୭୯ର ଅନେକ ଯୁବକ ଗତକାଲି ସନ୍ଧ୍ୟାରେ ହାଇଦ୍ରାବାଦର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି କ୍ୟାଣ୍ଡେଲ ମାର୍ଚ କରିବା ସହ ଫ୍ଲାକାର୍ଡ ଧରି ବିରୋଧ ପଦର୍ଶନ କରିଥିଲେ । ସହାୟତା ନାଁରେ କିଛି ଅପରାଧୀ ଜଣେ ୨୬ ବର୍ଷର ଭେଟେରିନାରୀ ଡାକ୍ତର ଯୁବତୀଙ୍କ ସହ ଏଭଳି କିଛି କାଣ୍ଡ ଘଟାଇଛନ୍ତି ଯାହାକୁ ନେଇ ସାରା ଦେଶ କ୍ରୋଧରେ ଥରି ଉଠିଛି। ଏହାକୁ ନେଇ ଏବେ ପ୍ରତେକ ଜିଲ୍ଲା ଓ ଗ୍ରାମାଞ୍ଚଳରେ ରେ ମଧ୍ୟ ତୀବ୍ର ବିରୋଧ ପଦର୍ଶନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking