29.1 C
Bhubaneswar
Thursday, April 25, 2024
Homeଓଡିଶାଯାଜପୁରରେ ଅଜଣା ଜ୍ୱର ଆତଙ୍କ

ଯାଜପୁରରେ ଅଜଣା ଜ୍ୱର ଆତଙ୍କ

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଜରୀ ଓ ବାଙ୍ଗରା ପଞ୍ଚାୟତରେ ଅଜଣା ଜ୍ୱରର ଆତଙ୍କ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଗତ ଏକ ମାସେରୁ ଅଧିକ ହେବା ଏଠାରେ ଲୋକଙ୍କୁ ଜ୍ୱର ଲାଗି ରହିଛି। ଉଭୟ ପଞ୍ଚାୟତର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପ୍ରାୟ ଶତାଧିକ ଲୋକେ ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସମସ୍ତଙ୍କୁ ପ୍ରବଳ ଜ୍ୱର ହେବା ସହ ସେମାନଙ୍କ ହାତ ଓ ଗୋଡ଼ ଫୁଲି ଯାଉଛି। ପ୍ରାୟ ୮ ଦିନ ଜ୍ୱର ରହି ଛାଡ଼ି ଯାଉଛି, ମାତ୍ର ଶରୀରରେ ଫୁଲା ରହୁଛି। ନିକଟରେ କୌଣସି ସରକାରୀ ଡ଼ାକ୍ତରଖାନା ନଥିବାରୁ ଲୋକେ ବାଧ୍ୟ ହୋଇ ଦୂରରେ ଥିବା ବେସରକାରୀ ଡ଼ାକ୍ତରଖାନା ଯାଇ ଚିକିତ୍ସିତ ହେଉଛନ୍ତି। ଏହାସହ ଅନେକ ରୋଗୀ ପଡ଼ୋଶୀ ଜିଲ୍ଲା କେନ୍ଦ୍ରାପଡ଼ାର କଣ୍ଡିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଉଥିବା ଜଣାପଡ଼ିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରେ କୌଣସି ସୂଚନା ନଥିବା ସୂଚନା ମିଳିଛି। ତୁରନ୍ତ ଜ୍ୱର ପ୍ରଭାବିତ ଅଞ୍ଚଳକୁ ଡ଼ାକ୍ତରୀ ଟିମ ପଠାଇ ଚିକିତ୍ସା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking