26.1 C
Bhubaneswar
Wednesday, May 8, 2024
Homeଖେଳଆଜି ଆଇପିଏଲରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ପଞ୍ଜାବ

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ପଞ୍ଜାବ

ନୂଆଦିଲ୍ଲୀ : ଆବୁଧାବିରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଶନିବାରର ଦ୍ଵିତୀୟ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ । ପଏଣ୍ଟ୍‌ ଟେବୁଲର ଶେଷ ସ୍ଥାନରେ ଥିବା ରହି ପ୍ରାୟତଃ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିଥିବା ଥିବା ହାଇଦ୍ରାବାଦ ୱେବଇଁ ଶେଷଆଡ଼ୁ ଦ୍ବିତୀୟରେ ଥିବା ପଞ୍ଜାବ କିଙ୍ଗ୍ସ ମଧ୍ୟରେ ସାର୍‌ଜାରେ ଖେଳାଯିବା । ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସଠାରୁ ହାରି ଚଳିତ ଆଇପିଏଲ୍‌ରେ ସପ୍ତମ ପରାଜୟ ବରଣ କରିଥିଲା ହାଇଦ୍ରାବାଦ। ଫଳରେ ୮ ମ୍ୟାଚ୍‌ରୁ ମାତ୍ର ୨ ପଏଣ୍ଟ ପାଇଥିବାରୁ ପ୍ଲେ-ଅଫ୍‌ ଖେଳିବା ସମ୍ଭାବନା ଦଳର ପ୍ରାୟତଃ ନାହିଁ। ସନ୍‌ରାଇଜର୍ସର ଖେଳାଳିମାନଙ୍କ ପାଇଁ ବାକି ମ୍ୟାଚ୍‌ ଉପଭୋଗ କରିବା ଏବଂ ଭଲରେ ଶେଷ କରିବା ଛଡ଼ା ଆଉ କିଛି ବିକଳ୍ପ ନାହିଁ। ଜନି ବେୟାରଷ୍ଟୋ ଓହରିଯିବା ପରେ ଦିଲ୍ଲୀ ବିପକ୍ଷରେ ଡେଭିଡ ୱାର୍ଣ୍ଣର ଆରମ୍ଭରୁ ଆଉଟ୍‌ ହେବା ହାଇଦ୍ରାବାଦ ଲାଗି ବଡ଼ ଝଟ୍‌କା ଥିଲା। ସେହିପରି କେନ୍‌ ୱିଲିୟମ୍‌ସନ୍‌, ମନୀଷ ପାଣ୍ଡେ, ରିଦ୍ଧିମାନ ସାହା, କେଦାର ଯାଦବ ଓ ଅବଦୁଲ ସାମଦ ମଧ୍ୟ ବିଫଳ ହେବାରୁ ଏହି ମ୍ୟାଚ୍‌ରେ ଦଳ ବଡ଼ ସ୍କୋର୍‌ କରିବାରେ ବିଫଳ ହୋଇଥିଲ। ମୋଟ ୧୩୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତେବେ‌ ବୋଲିଂରେ ଦଳ ରସିଦ ଖାନ୍‌ଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହେଉଛି। ଯଦି ଖଲିଲ ଅହମ୍ମଦ, ଭୁବନେଶ୍ବର କୁମାର, ଜାସନ ହୋଲ୍‌ଡର ଦାୟିତ୍ବ ‌ନିଅନ୍ତି ତେବେ ହାଇଦ୍ରାବାଦ ପାଇଁ ସୁଯୋଗ ରହିପାରିବ।

ଅନ୍ୟପକ୍ଷରେ ପଞ୍ଜାବ ୯ ମ୍ୟାଚ୍‌ ଖେଳି ୬ ପଏଣ୍ଟ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି। ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଏହି ଦଳ ଜିତୁ ଜିତୁ ହାରିଥିଲା। ୟୁଏଇ ଚରଣରେ ପ୍ରଥମ ବିଜୟର ଦ୍ବାରରେ ପହଞ୍ଚିଥିଲା ପଞ୍ଜାବ। ଶେଷ ଓଭରରେ ଦଳକୁ ମାତ୍ର ୪ ରନ୍‌ ଆବଶ୍ୟକ ଥିଲା ବେଳେ ହାତରେ ୮ ୱିକେଟ୍‌ ଥିଲା। ହେଲେ ଏହି ଦଳ ମାତ୍ର ୧ ରନ୍‌ କରିଥିଲା ବେଳେ ୨ ୱିକେଟ୍‌ ହରାଇ ପରାଜୟର ସମ୍ନା କରିଥିଲା। ରାଜସ୍ଥାନର ଯୁବ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ହିଁ ଶେଷ ଓଭରରେ ସବୁ ବିଗାଡ଼ି ଦେଇ ପଞ୍ଜାବ ହାତରୁ ବିଜୟ ଛଡ଼ାଇ ନେଇଥିଲେ। ତେବେ ଦେଖିବାକୁ ଗଲେ ପଞ୍ଜାବ ଅଧିନାୟକ କେଏଲ୍‌ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ୍‌ ଆଇପିଏଲ୍‌ର ଶ୍ରେଷ୍ଠ ପ୍ରାରମ୍ଭିକ ଯୋଡ଼ି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking