29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକପିଲ ଶର୍ମା ଶୋ’ ବିରୋଧରେ ମାମଲା

କପିଲ ଶର୍ମା ଶୋ’ ବିରୋଧରେ ମାମଲା

ନୂଆଦିଲ୍ଲୀ : ପୁଣି ଥରେ ବିବାଦ ଭିତରକୁ ଆସିଛି ଦ କପିଲ ଶର୍ମା ଶୋ’। ଦ କପିଲ ଶର୍ମା ଶୋ’ ବିରୋଧରେ ମାମଲା ରୁଜୁ କରାଯାଇଛି। ମଧ୍ୟପ୍ରଦେଶର ଶିବପୁରୀ କୋର୍ଟରେ ଦି କପିଲ ଶର୍ମା ଶୋ’ର ନିର୍ମାତାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ଶୋ’ର ଏକ ଏପିସୋଡକୁ ନେଇ ଏହି ଏଫଆଇଆର ଦାଖଲ ହୋଇଥିବା ବେଳେ କଳାକାରମାନେ କୋର୍ଟ ପରିସରରେ ମଦ୍ୟପାନ କରୁଥିବାର ପ୍ରଦର୍ଶିତ କରାଯାଇଥିଲା। ଏଭଳି କରି ନିର୍ମାତା କୋର୍ଟଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗକାରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଶୋରେ ଅନେକ ସମୟରେ ମହିଳାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଦିଆଯାଉଛି। ଶିବପୁରୀର ଜଣେ ଓକିଲ ଏନେଇ ସିଜେଏମ୍ କୋର୍ଟରେ ଅଭିଯୋଗ କରିଛନ୍ତି। ଅକ୍ଟୋବର ପହିଲାରେ ଏହି ମାମଲାର ଶୁଣାଣି ହେବ।

ଓକିଲଙ୍କ ଅଭିଯୋଗ ମୁତାବକ ଏହି ଏପିସୋଡ୍ ଜାନୁଆରି ୨୦୨୦ରେ ପ୍ରସାରଣ କରାଯାଇଥିଲା ଏହାର ପୁନରାବୃତ୍ତି ଟେଲିକାଷ୍ଟ ଏପ୍ରିଲ୨୦୨୧ ରେ ହୋଇଥିଲା। ଓକିଲ କହିଛନ୍ତି ଯେ, ଏହି ଧାରାବାହିକରେ ଜଣେ ଚରିତ୍ର କୋର୍ଟ ପରିସରରେ ମଦ୍ୟପାନ କରିଆସିଥିଲେ। ସେ କହିଛନ୍ତି ଯେ ଏହା ଦ୍ୱାରା କୋର୍ଟକୁ ଅପମାନିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking