28.1 C
Bhubaneswar
Saturday, April 27, 2024
Homeଓଡିଶାସ୍ୱାମୀଙ୍କ ଅସଲ ଚେହେରା ସ୍ତ୍ରୀ ଜାଣିବା ପରେ,ରାସ୍ତାରେ ସ୍ତ୍ରୀ ସହ ଏମିତି କଲେ ସ୍ୱାମୀ ...

ସ୍ୱାମୀଙ୍କ ଅସଲ ଚେହେରା ସ୍ତ୍ରୀ ଜାଣିବା ପରେ,ରାସ୍ତାରେ ସ୍ତ୍ରୀ ସହ ଏମିତି କଲେ ସ୍ୱାମୀ …

ଭୁବନେଶ୍ୱର : ପରକୀୟା ପ୍ରୀତି ପାଇଁ ସ୍ୱାମୀ ସ୍ତ୍ରୀଙ୍କ ପବିତ୍ର ସମ୍ପର୍କରେ ହେଲା ଫାଟ । ପରକୀୟା ପ୍ରୀତିକୁ ସୁପ୍ରିମ କୋର୍ଟ ମଞ୍ଜୁରୀ ଦେବା ପରେ ଏଭଳି ଘଟଣା ବଢ଼ିବାରେ ଲାଗିଛି । ଘଟଣା ଟି ଭୁବନେଶ୍ୱର ଲୋୟର ପିଏମ୍‌ଜି ଠାରେ ଘଟିଛି । ରାସ୍ତା ପ୍ରାୟ ଫାଙ୍କା, ଜଣେ ଯୁବକ, ଜଣେ ମହିଳା ଓ ଗୋଟିଏ ଶିଶୁପୁତ୍ର ଚାଲି ଚାଲିଯାଉଥିଲେ । ଗୋଟିଏ ପରିବାର ଭଳି ମାନେ ହେଉଥିଲା । କିଛି ବୁଝିବା ଆଗରୁ ହଠାତ୍ ମହିଳାଜଣଙ୍କ ଉପରେ ପଡ଼ିଲା ମାଡ଼। ପୁରୁଷଜଣଙ୍କ ମହିଳାଙ୍କ ଚୁଟିକୁ ଧରି ପିଠିରେ ବିଧା ଅଣ୍ଟାକୁ ଗୋଇଠା ମାରୁଥାନ୍ତି। ମହିଳା ଜଣକ ପଡ଼ି ଯାଉଥାନ୍ତି, ପୁଣି ଉଠୁଥାନ୍ତି ଆଉ ଚିତ୍କାର କରୁଥାନ୍ତି। ଶିଶୁପୁତ୍ରଟି କଣ କରିବ କିଛି ବୁଝି ପାରୁ ନ ଥାଏ। କିଛି ସମୟ ମହିଳାଙ୍କ ଗୋଡ଼କୁ କୁଣ୍ଢାଇ କାନ୍ଦୁଥାଏ ତ’ ଆଉ କିଛି ସମୟ ପୁରୁଷଙ୍କ ଗୋଡ଼କୁ ଜାବୁଡ଼ି ଧରି କାନ୍ଦୁଥାଏ। ସେହି ବାଟ ଦେଇ ଯାଉଥିବା ଗାଡ଼ି ଚାଳକ ଓ ପଦଯାତ୍ରୀ ଅଟକି ଯାଉଥାନ୍ତି ଏମିତି ବିଚିତ୍ର ଦୃଶ୍ୟ ଦେଖି। କିଛି ସମୟ ଏଭଳି ଚାଲିବା ପରେ ଟିକେ ଦୂରରେ ବସିଥିବା ଅସ୍ଥାୟୀ ନିୟନ୍ତ୍ରଣ କକ୍ଷରେ ଜଣେ ପୁଲିସ କର୍ମଚାରୀ ତାଙ୍କ ପାଖରେ ପହଞ୍ଚିଥିଲେ।
ପୁଲିସ କୁ ଦେଖି ଯୁବକ ମହିଳାଙ୍କ ଚୁଟି ଛାଡ଼ିଦେଲେ। ପୁଲିସ ପଚାରିବାରୁ ମହିଳା ଜଣକ କହିଲେ, ‘ବାବୁ, ଇଏ ଗୋଟାଏ ପିଲାର ବାପା ହେଇ ରାସଲୀଳା କରୁଛନ୍ତି। ପ୍ରତିବାଦ କଲେ ମାଡ଼ ମାରୁଛନ୍ତି। ବାହା ତ ହେଇଛି, କଣ ଆଉ କରିବି ?’ ପଚରା ଉଚରାରୁ ଜଣାପଡ଼ିଲା ଯେ ଉଭୟ ପତି-ପତ୍ନୀ। ଲୋୟର ପିଏମ୍‌ଜିରେ ଏକ ଅସ୍ଥାୟୀ ଘର କରି ଦୀର୍ଘ ଦିନ ହେବ ରହି ଆସୁଛନ୍ତି। ଶିଶୁପୁତ୍ରର ବୟସ ୭ରୁ ୮ ବର୍ଷ ହେବ। ଯୁବକଜଣକ ବସ୍‌ରେ ସହାୟକ ଭାବରେ କାମ କରନ୍ତି। ସୀମିତ ରୋଜଗାରରେ ଛୋଟ ପରିବାର ବେଶ୍ ଭଲରେ ଚଳିଯାଏ। କିଛି ଦିନ ହେବ ସ୍ତ୍ରୀ ସ୍ୱାମୀଙ୍କ ମତିଗତିରେ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲେ। ଅନ୍ୟ ଯୁବତୀ ସହ ସମ୍ପର୍କ ଥିବା ଜାଣିବା ପରେ ସ୍ତ୍ରୀ ପଚାରିବାରୁ ସ୍ୱାମୀ ରାସ୍ତା, ଘାଟ, ବଜାର କିଛି ନ ମାନି ପତ୍ନୀଙ୍କ ଚୁଟି ଧରି ପିଟି ଚାଲିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking