27.1 C
Bhubaneswar
Friday, March 29, 2024
Homeଅପରାଧମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ 

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ 

ମୟୂରଭଞ୍ଜ (ଘାସିରାମ ବେହେରା): ମର୍ମନ୍ତୁଦ ସଡକ ଦୁର୍ଘଟଣା। ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ରାତିରେ ରୋଗୀ ନେଇ କଟକ ଯାଉଥିବା ବେଳେ ଗଛକୁ ବାଡେଇଲା ସ୍କର୍ପିଓ। ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିଲା ବେଳେ ଡ୍ରାଇଭର ସହ ଅନ୍ୟ ତିନିଜଣ ଗୁରୁତର ଅବସ୍ଥାରେ ଉଦ୍ଧାର। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ କୁଡୁମା ନିକଟରେ ବିଳମ୍ବିତ ରାତିରେ ଘଟିଛି। ସ୍କର୍ପିରେ ଝରାଡ଼ି ଅଞ୍ଚଳରୁ ଜନୈକ ରୋଗୀକୁ ପରିବାରର ୩ଜଣ ସଦସ୍ୟ କଟକ ବଡ ଡାକ୍ତରଖାନା ନେଉଥିବା ବେଳେ କରଞ୍ଜିଆ କୁଡୁମା ନିକଟରେ ଦୁର୍ଘଟଣା ଘଟିଥିଲା । ସ୍କର୍ପିଓ ଟି ଦ୍ରୁତ ଗତିରେ ଆସି ରାସ୍ତା ପାର୍ଶ୍ଵରେ ଥିବା ଏକଗଛରେ ବାଡେଇ ହେବା ଫଳରେ ଚିକିତ୍ସା ପାଇଁ କଟକ ଯାଉଥିବା ରୋଗୀଙ୍କ ଘଟଣାସ୍ଥଳରେହିଁ ମୃତ୍ୟୁ ହଇଥିବା ବେଳେ ଡ୍ରାଇଭର ସମେତ ଅନ୍ୟ ତିନିଜଣ ଗୁରୁତର ଆହତ ହଇ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ରେଫର କରିଛନ୍ତି ଡାକ୍ତର । ଦୁର୍ଘଟଣାଟି ବିଳମ୍ବିତ ରାତିରେ ହଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହଇଥିଲା । ଦୁର୍ଘଟଣା ପରେ ସ୍କର୍ପିରେ ଯାଉଥିବା ଚାରିଜଣ ଯାକ ଗାଡି ଭିତରେ ଦୀର୍ଘ ସମୟ ଧରି ଫସି ରହିଥିଲେ ଯାହା ଫଳରେ ଉଦ୍ଧାର କରିବା ବିଳମ୍ବିତ ହୋଇଥିଲା। ତେବେ ଦୁର୍ଘଟଣା ଖବରପାଇ କରଞ୍ଜିଆ ଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ ଭିତରେ ଫସି ରହିଥିବା ଚାରିଜଣଙ୍କୁ ଉଦ୍ଧାର କରି ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ।ତେବେ ବର୍ତ୍ତମାନ ସୁଦ୍ଧା ମୃତକ ଏବଂ ଗୁରୁତର ଆହତଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଗାଡି ନମ୍ବରରୁ ଏହା ଝରାଡ଼ି ଅଞ୍ଚଳର ବୋଲି ଅନୁମାନ କରୁଛି ପୋଲିସ ।ତେବେ ତଦନ୍ତ ଆଗକୁ ବଢ଼ିବା ସହ ସ୍ପଷ୍ଟ ହେବ ଘଟଣା ବୋଲି ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking