29.1 C
Bhubaneswar
Saturday, April 27, 2024
Homeଅପରାଧଚରିତ୍ର ଉପରେ ସନ୍ଦେହ କରି ପତ୍ନୀର ନାକ କାଟିଲା ସ୍ୱାମୀ

ଚରିତ୍ର ଉପରେ ସନ୍ଦେହ କରି ପତ୍ନୀର ନାକ କାଟିଲା ସ୍ୱାମୀ

ନୂଆଦିଲ୍ଲୀ : ସନ୍ଦେହ ଯୋଗୁଁ ଉଜୁଡିଗଲା ସୁନାର ସଂସାର । ପତ୍ନୀର ଚରିତ୍ର ଉପରେ ସନ୍ଦେହ କରି ନାକ କାଟିଲା ସ୍ୱାମୀ । ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଏହି ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ପୋଲିସର କହିବା ମୁତାବକ, ନୱାଜଗଞ୍ଜ ଅଞ୍ଚଳରେ ଶ୍ରମିକ ଅମର ସିଂହ ନିଜ ମା, ପତ୍ନୀ ଓ ଦୁଇ ପିଲାଙ୍କ ସହ ବାସ କରୁଥିଲା । ପତ୍ନୀର ଅବୈଧ ସମ୍ପର୍କ ତାର ଜଣେ ବନ୍ଧୁ ସହ ଥିବା ଅମର ସନ୍ଦେହ କରୁଥିଲା । ଯୁବକ ଜଣକ କାମ ପଡିଲେ ଅନେକ ଥର ତାଙ୍କ ଘରକୁ ଯିବା ଆସିବା କରୁଥିଲା । ଏନେଇ ଥରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ରାଗରେ ଆସି ଅମର ନିଜ ପତ୍ନୀର ନାକକୁ ଛୁରିରେ କାଟି ଘଟଣାସ୍ଥଳରୁ ଫେରାର ହୋଇଥିଲା । ମହିଳାଙ୍କ ଚିକ୍ରାର ଶୁଣି ପଡୋଶୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଏତେ ସବୁ ଘଟିବା ପରେ ବି ଏହି ମାମଲାରେ କୌଣସି ପୋଲିସ ତଦନ୍ତ ନକରିବାକୁ ଅମରଙ୍କ ପତ୍ନୀ କହିଛନ୍ତିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking