ମୁମ୍ୱାଇ: ନିଜର ପତ୍ନୀ ଓ ବୋହୂଙ୍କୁ ହତ୍ୟା କରିବା ଅଭିଯୋଗରେ ୯୦ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କଲା ମୁମ୍ୱାଇ ପୁଲିସ। ମେଘୱାଡ଼ି ପୁଲିସ ବୁଧାବାର ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ ଅଭିଯୁକ୍ତ ଅପରାଧ ସ୍ୱୀକାର କରିବା ପରେ ତିନି ଦିନ ପାଇଁ ପୁଲିସ ହେପାଜତକୁ ପଠାଯାଇଛି।
ମେଘୱାଡ଼ି ପୁଲିସ ଥାନାର ବରିଷ୍ଟ ଅଧିକାରୀ ସଞ୍ଜିବ ପିମ୍ପଲେ ସୂଚନା ଦେଇଛନ୍ତି ଯେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତର ନାଁ ହେଉଛି ପୁରୁଷୋତ୍ତମ ସିଂହ। ସେ ସେର–ଏ–ପଞ୍ଜାବ କଲୋନୀରେ ରହୁଥିଲା। ଅଭିଯୁକ୍ତର ପତ୍ନୀ ଅସୁସ୍ଥତା କାରଣରୁ ସବୁବେଳେ ଶଯ୍ୟାରେ ରହୁଥିଲେ। ଏବଂ ତାଙ୍କ ବୋହୂ ମଧ୍ୟ ମାନସିକ ବିକଳାଙ୍ଗ ଥିଲେ। ତେବେ ଅଭିଯୁକ୍ତ ବୃଦ୍ଧାଙ୍କର ଡର ରହିଥିଲା ଯେ ତାଙ୍କର ମୃତ୍ୟୁ ପରେ ଏମାନଙ୍କର କ’ଣ ହେବ ? ଏହାରି ଭିତରେ ଦୁଇଜଣଙ୍କୁ ହତ୍ୟା କରିଦେଇଥିଲା ପୁରୁଷୋତ୍ତମ। ପୁଲିସ କହିଛି ଯେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚାଲିଛି।