29.1 C
Bhubaneswar
Saturday, April 27, 2024
Homeଅପରାଧସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ଗିରଫ

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ଗିରଫ

ମୟୂରଭଞ୍ଜ : ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ। ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଛି ମଦ୍ୟପ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ପଞ୍ଚାୟତ ହାଣ୍ଡିଭଙ୍ଗା ଗ୍ରାମରେ। ସୂଚନା ଅନୁଯାୟୀ, ସୋମବାର କୌଣସି କାରଣବଶତଃ ସ୍ତ୍ରୀ ବୁଦୁଲୁ କଟୁଆଳ(୩୫)ର ସ୍ଵାମୀ ମଙ୍ଗଲୁ କଟୁଆଳ(୪୦) ସହିତ ବଚସା ହୋଇଥିଲା । ତେବେ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେବା ପରେ ସ୍ବାମୀ ମଦ୍ୟପାନ କରି ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି । ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ହତ୍ୟାକାରୀ ସ୍ବାମୀ ନିଜ ଘର ସମ୍ମୁଖରେ ଗାତ ଖୋଳି ପୋତିବା ପାଇଁ ଚେଷ୍ଟା କରୁଥୁଲା ।

ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ମୋରଡ଼ା ଥାନା ପୋଲିସକୁ ଖବର ଦେଇଥିଲେ । ଖବରପାଇ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବୁଦୁଲୁର ଶବଜବତ କରିବା ସହ ଅଭିଯୁକ୍ତ ସ୍ବାମୀ ମଙ୍ଗଳୁକୁ ଗିରଫ କରିଥିବା ଜଣାପଡ଼ିଛି । ତେବେ ଆଜି ସକାଳେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ,  ମୋରଡ଼ା ତହସିଲଦାର, ମୋରଡ଼ା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ ଜରିଆରେ ଅଧିକ ତଦନ୍ତ ଜାରୀ ରଖିଛନ୍ତି। ଘର ନିକଟରେ ପଡିଥିବା ଏକ ଠେଙ୍ଗା ଓ ଲୁହା ପାଇପକୁ ପୋଲିସ ଜବତ କରିଥିବାବେଳେ ଏସବୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅନୁମାନ କରୁଛି ପୋଲିସ । ଅନ୍ୟପଟେ ମୋରଡ଼ା ପୋଲିସ କେଶ ନମ୍ବର ୭/୨୧ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇବା ସହିତ ଜବତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking