34.1 C
Bhubaneswar
Friday, March 29, 2024
Homeଓଡିଶାଅଜଣା ଗାଡି ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟରାଜପଥ କାଶିଆ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣା କେତେବେଳେ ହୋଇଛି ଜଣାପଡି ନଥିବା ବେଳେ ଆଜି ସକାଳୁ ସେଇ ରାସ୍ତା ଦେଇ କିଛି ଗ୍ରାମବାସୀ ଯାଉଥିବା ବେଳେ ମୃତଦେହ ଖୀନଭିନ ହୋଇ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ବ୍ୟକ୍ତିଙ୍କ ଖୀନଭିନ ହୋଇପଡି ଥିବା ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ମୃତବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking