37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗବିିର୍ସା ମୁଣ୍ଡାଙ୍କ ନାଁରେ ରାଉରକେଲା ହକି ଷ୍ଟାଡିୟମ

ବିିର୍ସା ମୁଣ୍ଡାଙ୍କ ନାଁରେ ରାଉରକେଲା ହକି ଷ୍ଟାଡିୟମ

ଭୁବନେଶ୍ୱର: ସ୍ମାର୍ଟ ସିଟି ରାଉରକେଲାରେ  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ଉଦବୋଧନ ଦେଇ ସେ କହିଛନ୍ତି, ‘ରାଉରକେଲା ହେଉଛି ଆଶାର ସହର । ସୁନ୍ଦରଗଡ ମାଟି, ପାଣି, ପବନରେ ରହିଛି ହକିର ଆତ୍ମା । ରାଉରକେଲାକୁ ହକି ବିଶ୍ୱକପ୍ ଭେନ୍ୟୁ ମନୋନୀତ କରାଯାଇଛି । ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ପାଇଁ ଭିତ୍ତି ଦିଆଗଲା । ହକି ଷ୍ଟାଡିୟମ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରାଗଲା’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ୩,୯୫୮ କୋଟି ୭୬ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ସୁନ୍ଦରଗଡରେ କ୍ରୀଡାର ବିକାଶ ପାଇଁ ୧୨୦ କୋଟିର ପ୍ରକଳ୍ପ ରହିଛି ।  ୩୫୧ କୋଟି ଟଙ୍କା ବ୍ୟୟରେ ୧୧ଟି ବୃହତ ଉଠାଜଳସେଚନ ପ୍ରକଳ୍ପ ହେବ । ଜିଲ୍ଲାର ୧୦ଟି କସ୍ତୁରବା ଗାନ୍ଧି ଆବସିକ ବାଳିକା ବିଦ୍ୟାଳୟ ହେବ । ସେହିଭଳି ଓଡିଶା ଆଦର୍ଶ ବିଦ୍ୟାଳୟର ୩୩ଟି ଛାତ୍ରଛାତ୍ରୀ ନିବାସର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧୧କୋଟି ଟଙ୍କାର ସ୍ୱାସ୍ଥ୍ୟ ପ୍ରକଳ୍ପ ଓ ରାସ୍ତାର ବିକାଶ ପାଇଁ ୧୦୬୦ କୋଟି ଟଙ୍କା ଖର୍ଚ୍ଚ ହେବ ।  ପରିମଳ ପାଇଁ ୨୫୦ କୋଟି, ବିଦ୍ୟୁତ ଯୋଗାଣ ପାଇଁ ୩୮ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ  ରାଉରକେଲା ପାଇଁ ୪୭୧ କୋଟି ଟଙ୍କାର ପ୍ରକଳ୍ପ ରହିଛି । ଜୀବିକା ବିକାଶ ପାଇଁ ୨୧୬ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତିି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking