29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗକେନାଲରେ ଯାତ୍ରୀବାହୀ ବସ ବୁଡି ୩୮ ମୃତ

କେନାଲରେ ଯାତ୍ରୀବାହୀ ବସ ବୁଡି ୩୮ ମୃତ

ମଧ୍ୟପ୍ରଦେଶ: ମଙ୍ଗଳବାର ସକାଳେ ମଧ୍ୟପ୍ରଦେଶ ସିଦ୍ଧିରେ ଏକ ଅଘଟଣ ଘଟିଯାଇଛି । ଏକ ଯାତ୍ରୀବାହୀ ବସ ସିଦ୍ଧିର ଏକ କେନାଲକୁ ପଶି ଯିବାରୁ ବସରେ ଥିବା ସମସ୍ତ ଯାତ୍ରୀ ବୁଡି ଯାଇଥିଲେ ।  ୬୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏହି ବସଟି ସିଦ୍ଧିରୁ ସାଟନା ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ରାମପୁର ପୋଲିସ ଷ୍ଟେସନ ନିକଟରେ ଥିବା ଶାରଦା କେନାଲ ଭିତରକୁ ପଶି ଯାଇଥିଲା । ତେବେ  ସକାଳ ପ୍ରାୟ ୭.୩୦ରେ ଏଭଳି ଅଘଟଣ ଘଟିଯାଇଛି । ବର୍ତମାନ ୩୮ଟି ମୃତଦେହ ଉଦ୍ଧାର ହୋଇଥିବା ରାଜ୍ୟ ଜଳ ସଂପଦ ମନ୍ତ୍ରୀ ତୁଳସୀରାମ ସିଲାୱାଟ ସୂଚନା ଦେଇଛନ୍ତି । ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ଦ୍ଦେଶ ମିଳିବା ପରେ ଉଭୟ ସିଲାୱାଟ ଓ ରାଜ୍ୟମନ୍ତ୍ରୀ ରାମକିଲାଭାନ ପଟେଲ ଘଟଣାସ୍ଥଳକୁ, ଅନୁସନ୍ଧାନ ଓ ତଦାରଖ ପାଇଁ ଯାଇଛନ୍ତି । ଏହି ଘଟଣାରେ ବିଜେପି ଏମଏଲଏ ଶର୍ଦ୍ଦେନ୍ଦୁ ତିୱାରୀ କହିଛନ୍ତି ଯେ, ବସଟି ଶାରଦା କେନାଲରେ ବୁଡି ଯାଇଛି । ଏହା ବନସାଗର ଡ୍ୟାମରୁ ବାହାରିଥିବା ମୁଖ୍ୟ କେନାଲ ଏବଂ ଏହା ପ୍ରାୟ ୩୦ ଫୁଟ ଗଭୀର ଅଟେ । ବସଟି ସଂପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇଥିବା ବେଳେ ଏହା ବାସ୍ତବରେ ଏକ ହୃଦୟ ବିଦାରକ ଘଟଣା । ଏହି ଅଘଟଣ ପରେ ବନସାଗର ଡ୍ୟାମରୁ ଜଳ ଯୋଗାଣ ବନ୍ଦ କରାଯାଇଛି , ଯେଉଁଥିପାଇଁ ଜଳ ସ୍ତର ହ୍ରାସ ପାଇଛି । ଜଳସ୍ତର କମିବା ଫଳରେ ଉଦ୍ଧାର କାର୍ଯ୍ୟ ସହଜ ହୋଇପାରିବ । ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ କ୍ରେନ ସମେତ ଅନ୍ୟ ଉପକରଣ ମଧ୍ୟ ନିୟୋଜିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking