29.1 C
Bhubaneswar
Wednesday, May 1, 2024
Homeଅପରାଧସ୍ତ୍ରୀ ଆତ୍ମହତ୍ୟା ପରେ ସ୍ୱାମୀ ଗିରଫ

ସ୍ତ୍ରୀ ଆତ୍ମହତ୍ୟା ପରେ ସ୍ୱାମୀ ଗିରଫ

ଭୁବନେଶ୍ୱର: ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ସ୍ୱାମୀଙ୍କୁ ଗିରଫ କରିଛି ମୈତ୍ରୀବିହାର ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ନୟାଗଡ ଜିଲ୍ଲା ରଣପୁର ଥାନା ଅଞ୍ଚଳର ଆଶିଷ କୁମାର ନାୟକ ଓରଫ ଡିଟୁ(୨୪) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ମନୁ ପାଲଙ୍କ ଝିଅ ଗଙ୍ଗା ପାଲ ଏବଂ ଗିରଫ ଆଶିଷ ତିନି ବର୍ଷ ପୂର୍ବରୁ ପରସ୍ପରଙ୍କୁ ଭଲ ପାଇ ଗତ ୨୦୨୨ମସିହା ମାର୍ଚ୍ଚ ମାସରେ ଉଭୟ କୋର୍ଟରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଗିରଫ ଆଶିଷ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିବାର ଗଙ୍ଗା ଜାଣିପାରିଥିଲେ । ଏନେଇ ଗଙ୍ଗା ବିରୋଧ କରିବାରୁ ଆଶିଷ ତାଙ୍କର ସମସ୍ତ ସୁନା ଅଳଙ୍କାର ଓ ଟଙ୍କା ନେଇଯାଇଥିଲେ । ଏବଂ ତାଙ୍କୁ ଶାରୀରିକ ଓ ମାନସିକ ସ୍ଥରରେ ନିର୍ଯ୍ୟାତନା ଦେବା ସହ ତାଙ୍କୁ ମରିଯିବାକୁ କହିଥିଲେ । ଏନେଇ ଗତ ୧୩ ତାରିଖରେ ନିଜର ଦୁଖଃକୁ ସମ୍ଭାଳି ନ ପରି ଗଙ୍ଗା ଘରେ କେହି ନଥିବାର ଦେଖି ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହାର କିଛି ସମୟ ପରେ ଅଭିଯୁକ୍ତ ଆଶିଷ ଘରକୁ ଫେରିଥିଲେ ଓ ଗଙ୍ଗାଙ୍କୁ ଝୁଲୁଥିବାର ଦେଖିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ହେଲେ ହସ୍ପିଟାଲରେ ଡାକ୍ତର ଗଙ୍ଗାଙ୍କୁ ମୃତ ଘୋଷଣା କରିବା ପରେ ଅଭିଯୁକ୍ତ ଆଶିଷ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ ଗଙ୍ଗାର ବାପା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ କରି ମୈତ୍ରୀବିହାର ପୁଲିସ ମୃତଦେହ ଜବତ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା କରାଇଥିଲେ । ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ । ଆଜି ବିଶେଷ ସୂତ୍ରରୁ ଖବର ପାଇ ମୈତ୍ରୀବିହାର ଥାନା ପୁଲିସ ଅଭିଯୁକ୍ତ ଆଶିଷକୁ ଗିରଫ କରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିବାରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking