28.1 C
Bhubaneswar
Monday, May 27, 2024
Homeସ୍ୱାସ୍ଥ୍ୟବିଶ୍ୱ ସ୍ୱର ଦିବସର ମହତ୍ତ୍ୱ

ବିଶ୍ୱ ସ୍ୱର ଦିବସର ମହତ୍ତ୍ୱ

ଭୁବନେଶ୍ୱର : ନିଜ ସ୍ୱର ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୧୬କୁ ବିଶ୍ୱ ସ୍ୱର ଦିବସ ରୂପେ ପାଳନ କରାଯାଏ। ଏହି ଦିବସ ପାଳନ ପଛରେ ଆଉ କି ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ମାନବର ସ୍ୱର ପ୍ରକୃତିଦତ୍ତ ହୋଇଥିଲେ ମଧ୍ୟ ବେଳେ ବେଳେ ଆମର କୁଅଭ୍ୟାସ ସ୍ୱର ଉପରେ କୁପ୍ରଭାବ ପକାଇଥାଏ ।
ଆମେମାନେ ସର୍ବଦା ଆମ ଚର୍ମ, ଶରୀର ଗଠନ ଏବଂ ଅଙ୍ଗପ୍ରତ୍ୟେଙ୍ଗ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ହେଲେ କେବେ ବି ଆମ ସ୍ୱରକୁ ଧ୍ୟାନ ଦିଅନ୍ତି ନାହିଁ। କାରଣ ଅଧିକାଂଶ ଲୋକେ ଭାବନ୍ତି ଯେ, ସ୍ୱରକୁ ତ ସଜେଇ ହେବନି, ଯାହା ପ୍ରକୃତିଦତ୍ତ ତାହା ହିଁ ରହିବ। ଏହା ମଧ୍ୟ ଠିକ୍, କିନ୍ତୁ ବେଳେ ବେଳେ ଆମ ଜୀବନଶୈଳୀ ସ୍ୱର ଉପରେ ପ୍ରଭାବ ପକାଏ, ଯେଉଁ କାରଣରୁ ସ୍ୱରକୁ କ୍ଷତି ପହଞ୍ଚେ।
ବିଶ୍ୱ ସ୍ୱର ଦିବସର ଉଦ୍ଦେଶ୍ୟ
ବାସ୍ତବରେ, ବର୍ତ୍ତମାନ ସ୍ୱର ସମ୍ବନ୍ଧୀୟ ରୋଗ ଏବଂ ସମସ୍ୟା ବୃଦ୍ଧି ପାଉଛି। ଧୂମପାନ, ନିଶା ସେବନ ଏବଂ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିବା କାରଣରୁ ଅଧିକାଂଶ ଲୋକଙ୍କ ସ୍ୱରକୁ କ୍ଷତି ପହଞ୍ଚୁଛି। ତେଣୁ ଏପରି ଖରାପ ଅଭ୍ୟାସଠୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଏ ବିଶ୍ୱ ସ୍ୱର ଦିବସ। ଏହି ଦିବସ ମାଧ୍ୟମରେ ସ୍ୱର ପ୍ରତି ଯତ୍ନବାନ ହେବାକୁ ଜନସଚେତନତା ବାର୍ତ୍ତା ଦିଆଯାଏ।
ବିଶ୍ୱ ସ୍ୱର ଦିବସର ଇତିହାସ
ବିଶ୍ୱ ଭଏସ୍ ଡେ ପ୍ରତିବର୍ଷ ୧୬ ଏପ୍ରିଲରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏହି ଦିନଟି ବିଶେଷ ଭାବରେ ଅଟୋଲରିଙ୍ଗୋଲୋଜିଷ୍ଟ-ହେଡ୍ ଏଣ୍ଡ ନେକ୍ ସର୍ଜନ ଏବଂ ବିଶ୍ୱର ଅନ୍ୟାନ୍ୟ ସ୍ୱର ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପାଳନ କରାଯାଇଥାଏ। ପ୍ରଥମେ ବ୍ରାଜିଲରେ ୧୯୯୯ରେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ଏହାପରେ ଅନ୍ୟାନ୍ୟ ଦେଶ ସ୍ୱର ପ୍ରତି ଯତ୍ନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱର ଦିବସ ପାଳନ ଆରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking