34.1 C
Bhubaneswar
Wednesday, May 1, 2024
Homeଅପରାଧଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ କରି ଯୁବକ ଗିରଫ

ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ କରି ଯୁବକ ଗିରଫ

ଭୁବନେଶ୍ୱର: ଯୁବତୀଙ୍କ ନଗ୍ନ ଫଟୋ ତାଙ୍କ ବାପାଙ୍କୁ ପାଠାଇ ଗିରଫ ହେଲେ ଯୁବକ । ଗିରଫ ଯୁବକ ଜଣଙ୍କ ହେଲେ ଜଟଣୀ ଅନ୍ତର୍ଗତ କୁଦିଆରି ଗ୍ରାମର ବାସୁଦେବ ବେହେରା(୨୦) । ସୂଚନାଯୋଗ୍ୟ ଯେ, ପୀଡ଼ିତା ଏବଂ ଗିରଫ ବାସୁଦେବ ଦୁହେଁ ଜଟଣୀ ଅନ୍ତର୍ଗତ କୁଦିଆରି ଗ୍ରାମର ଓ ଉଭୟ ମଧ୍ୟ ପିଲାଦିନର ବନ୍ଧୁ । ଗତ ୨୦୨୦ ମସିହା ଅକ୍ଟୋବର ମାସରୁ ଅଭିଯୁକ୍ତ ଜଣକ ପୀଡିତାଙ୍କୁ ଭଲ ପାଇ ଆସୁଥିଲେ । ହେଲେ ଗତ ୨୦୨୧ ମସିହାରେ ପୀଡିତା ଟ୍ୟୁମରରେ ପୀଡିତ ଥିଲ, ଯେଉଁଥିପାଇଁ ସେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଅସ୍ତ୍ରୋପଚାର କରିଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ଉତ୍ତମ ବିଶ୍ୱାସରେ ପୀଡିତାଙ୍କୁ ତାଙ୍କ ଅସ୍ତ୍ରୋପଚାରର ସ୍ଥିତି ବିଷୟରେ ଜାଣିବାକୁ ଅନୁରୋଧ କରିଥିଲେ । ପୀଡିତା ମଧ୍ୟ ତାଙ୍କ ଅସ୍ତ୍ରୋପଚାର ହୋଇଥିବା ଗୋପନୀୟ ଅଂଶକୁ ଅଭିଯୁକ୍ତକୁ ଦେଖାଇଥିଲେ । ସେହି ସମୟରେ ଅଭିଯୁକ୍ତ ମନ୍ଦ ଉଦେଶ୍ୟ ରଖି ପୀଡିତାଙ୍କ ଅଜ୍ଞାନ୍ତରେ ଫଟୋ ଉଠାଇ ନେଇଥିଲେ । ଏହି ଘଟଣାର କିଛି ଦିନ ପରେ ଅଭିଯୁକ୍ତ ମନ୍ଦ ଉଦେଶ୍ୟ ରଖି ପୀଡିତାଙ୍କୁ ଉକ୍ତ ଭିଜୁଆଲ୍ ଦେଖାଇଥିଲେ । ନିଜ ଘରେ ପୀଡ଼ିତାଙ୍କ ଇଚ୍ଛା ବିରୁଦ୍ଧରେ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ । ପରବର୍ତ୍ତୀ ସମୟରେ ପୀଡିତା ଅଭିଯୁକ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେବାରୁ ଅଭିଯୁକ୍ତ ଜଣକ ତାଙ୍କୁ ନଗ୍ନ ଭିଡିଓ ଏବଂ ଫଟୋ ଭାଇରାଲ କରିବାର ଧମକ ଦେଇଥିଲେ । ଗତ ମାର୍ଚ୍ଚ ୧୯ ତାରିଖରେ ପୀଡିତା ଜଣକ ତାଙ୍କ ଘରେ ଥିବ ବେଳେ ଅଭିଯୁକ୍ତ ତାଙ୍କ ଘରକୁ ଆସିଥିଲେ ଏବଂ ବାହାନା କରି ପୀଡ଼ିତାଙ୍କ ସାର୍ଟିଫିକେଟ୍ ଓ ମୋବାଇଲ୍ ଫୋନ୍ ନେଇଯାଇଥିଲେ । ପୀଡିତା ଏନେଇ ତାଙ୍କ ଭଉଣୀଙ୍କ ଆଗରେ ଏହି ଘଟଣା ବିଷୟରେ ଜଣାଇବା ପରେ ପୀଡିତାଙ୍କ ଭଉଣୀ ଅଭିଯୁକ୍ତଙ୍କ ଘରେକୁ ଯାଇ ପୀଡ଼ିତାଙ୍କ ମୋବାଇଲ୍ ଫୋନ୍ ସହିତ ସାର୍ଟିଫିକେଟ୍ ଆଣିଥିଲେ ଏବଂ ବଦଳରେ ୪୫୦୦ ଟଙ୍କା ଅଭିଯୁକ୍ତଙ୍କ ଅଭିଭାବକଙ୍କ ଜଣାଇ ତାଙ୍କୁ ଦେଇଥିଲେ । ଏହା ପରେ ଅଭିଯୁକ୍ତ ଜଣକ ପୀଡିତାଙ୍କ ଗୋଟିଏ ଆପତ୍ତି ଜନକ ଫଟୋ ସହିତ ତାଙ୍କ ବାପାଙ୍କ ନିକଟକୁ ଚିଠିରେ ପଠାଇଥିଲା । ଫଟୋ ଏବଂ ଚିଠି ଦେଖିବା ପରେ ପୀଡିତାଙ୍କ ବାପା ତାଙ୍କ ଉପରେ ବିରକ୍ତ ହୋଇଥିଲେ । ଯେଉଁଥିପାଇଁ ପୀଡିତା ଜଣକ ତାଙ୍କ ଘର ଛାଡି ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଭଉଣୀଙ୍କ ଅଫିସରେ ରହୁଥିଲେ । ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ହେପାଜତରୁ ଗୋଟିଏ ମୋବାଇଲ ଫୋନ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking