38.1 C
Bhubaneswar
Wednesday, May 1, 2024
Homeଓଡିଶାକ୍ରିପ୍ଟୋ କରେନ୍ସିରେ ନିବେଶ ନାଁରେ ୧୫କାଟି ଠକେଇ ଘଟଣା; ୨ଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

କ୍ରିପ୍ଟୋ କରେନ୍ସିରେ ନିବେଶ ନାଁରେ ୧୫କାଟି ଠକେଇ ଘଟଣା; ୨ଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର : ଶିକ୍ଷାଗତ ଯୋଗ୍ୟତା ଥିଲା +୨ ଫେଲ୍‌, ହେଲେ ନିଜକୁ କ୍ରିପ୍ଟୋ କରେନ୍ସି ନିବେଶର ରାଷ୍ଟ୍ର ମୁଖ୍ୟ କହି ଇନଭେଷ୍ଟରଙ୍କୁ ଲଗାଉଥିଲେ ଚୁନ । କ୍ରିପ୍ଟୋ କରେନ୍ସିରେ ନିବେଶ ନାଁରେ ଦେଶର ଭିନ୍ନ ଭିନ୍ନ ରାଜ୍ୟର ଇନଭେଷ୍ଟରଙ୍କୁ କମ ଟଙ୍କା ନିବେଶ କରି ଅଧିକ ଫାଇଦା ହେବାର ଲୋଭ ଦେଖାଇ ଠକି ନେଇଛନ୍ତି କୋଟି କୋଟି ଟଙ୍କା । କେବଳ ଓଡିଶାର ୫୦୦ ନିବେଶକଙ୍କ ଠାରୁ ଠକିଛନ୍ତି ୧୫ କୋଟି । ଠକେଇ ଶିକାର ପ୍ରେମ୍ ସାଗର ଖମାରୀଙ୍କ ଅଭିଯୋଗ ଆଧାରରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ ଓ ସୁନ୍ଦରଗଡ଼ର ସୁଧୀର ପଟେଲ । ସୂଚନା ମୁତାବକ ଅଭିଯୁକ୍ତ ବେଦପ୍ରକାଶ ରାଜସ୍ଥାନ ପୁଲିସରେ ଜଣେ କନଷ୍ଟେବଳ ଭାବେ କାମ କରୁଥିଲେ । ଚାକିରି କରିବାର ୫ ବର୍ଷ ପରେ ଟଙ୍କା ହେରଫେର ଘଟଣାରେ ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା । ଚାକିରିରୁ ବିଦା ହେବାପରେ ସେ ସକ୍ରିୟ ଭାବେ ଆରମ୍ଭ କରିଦେଇଥିଲେ କ୍ରିପ୍ଟୋ କରେନ୍ସି ଇନଭେଷ୍ଟମେଣ୍ଟ ଏଜେନ୍ସି । ବେଦ ପ୍ରକାଶ ନିଜକୁ କ୍ରିପ୍ଟୋ କରେନ୍ସି ଇନଭେଷ୍ଟର ରାଷ୍ଟ୍ର ମୁଖ୍ୟ କହୁଥିବା ବେଳେ ସୁଧୀର ନିଜକୁ ଓଡିଶା ମୁଖ୍ୟ ପରିଚୟ ଦେଉଥିଲେ । ୨୦୨୨ ମସିହାରେ ଓଡ଼ିଶାର ବିଭିନ୍ନ ବଡ଼ ବଡ଼ ହୋଟେଲରେ ପ୍ରମୋସନାଲ ମିଟିଂ କରି କ୍ରିପ୍ଟୋ ସମ୍ପର୍କରେ ଲୋକଙ୍କମାନରେ ବିଶ୍ୱାସ ଜନ୍ମାଇବା ପରେ ଚୁନ ଲଗାଉଥିଲେ । ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ର ୫ ଶହ ଲୋକଙ୍କ ଠାରୁ ଏହି ଭଳି ଉପାୟରେ ଟଙ୍କା ଲୁଟୁଥିଲେ । ବିଶେଷ କରି ପଶ୍ଟିମ ଓଡ଼ିଶାର କମ୍ପ୍ୟୁଟର ଉପରେ କମ୍ ଜ୍ଞାନ ଥିବା ଲୋକଙ୍କୁ କରୁଥିଲେ ଟାର୍ଗେଟ୍ । ଲୋକଙ୍କ ଠାରୁ ଟଙ୍କା ଆଣି ବିଶ୍ୱର ବଡ଼ ବଡ଼ କ୍ରିପ୍ଟୋ ଇନଭେଷ୍ଟମେଣ୍ଟ କମ୍ପାନୀରେ ଲଗାଉଥିବା କହିଥିଲେ । ଆଉ ଲୋକଙ୍କୁ ଆହୁରି ନୂତନ ଇନଭେଷ୍ଟର ଆଣିବାକୁ କହୁଥିଲେ । ଏହା କରିବା ଦ୍ୱାରା ସେମାନଙ୍କ ବୋନସର ମଧ୍ୟ ପ୍ରବନ୍ଧ କରିଥିଲେ । ଲୋକଙ୍କୁ ଠାରୁ ଟଙ୍କା ସଗ୍ରହ କରିବା ପରେ ସେମାନଙ୍କୁ ଦେଉଥିଲେ ଜାଲି କାଗଜପତ୍ର ଏବଂ ଫଲ୍ସ ବିଲ୍ । ଇନଭେଷ୍ଟରଙ୍କ ବିଶ୍ୟାସ ଭାଜନ ହେବା ପାଇଁ ଟଙ୍କା ପାଇବାର କିଛି ଦିନ ଏହାର ରିଟର୍ଣ୍ଣ ଦେଇଥିଲେ । ପରେ କୋଟି କୋଟି ଟଙ୍କା ସଗ୍ରହ ହୋଇଯିବାରୁ ରିଟର୍ଣ୍ଣ ଦେବା ବନ୍ଦ କରି ଦେଇଥିଲେ । ସେମାନେ ଲୋକଙ୍କ ଠାରୁ ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଅବା ନଗଦ ଆକାରରେ ଗ୍ରହଣ କରୁଥିଲେ । ଲୋକଙ୍କ ଠାରୁ ସଗ୍ରହ କରୁଥିବା ଟଙ୍କା କ୍ରିପ୍ଟୋ କମ୍ପାନୀଗୁଡ଼ିକରେ ନିବେଶ କରାଯାଉଥିବାର ମିଥ୍ୟ ଦଲିଲ୍ ଲୋକଙ୍କ ଦେଖାଉଥିଲେ । କିନ୍ତୁ ବାସ୍ତବରେ ସେହି ଟଙ୍କା ସେମାନେ ଆତ୍ମସାତ କରୁଥିଲେ । ଅଭିଯୋଗ ପରେ ଇଓଡବ୍ଲ୍ୟୁ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ଉଭୟଙ୍କ ବିଷୟରେ ଜାଣିବାକୁ ପାଇଥିଲା । ଏହା ପରେ ଗତ ୧୦ ତାରିଖ ଦିନ ବେଦ ପ୍ରକାଶଙ୍କୁ ରାଜସ୍ଥାନ ପୁଲିସର ସାହାଯ୍ୟରେ ରାଜସ୍ଥାନର ଅନୁପଗଡ଼ରୁ ଗିରଫ କରିବା ପରେ ଗତକାଲି ସୁଧୀରକୁ ଗିରଫ କରାଯାଇଥିବା ଇଓଡବ୍ଲୁ ୍ୟ ଏସିପି କହିଛନ୍ତି । ଏନେଇ ସେ ମୁମ୍ବାଇ ପୁଲିସକୁ ଜଣାଇଥିବା ମଧ୍ୟ ଜଣାପଡିଛି । ସେମନଙ୍କୁ ଗିରଫ କରିବା ପରେ ତାଙ୍କ ଠାରୁ ବିଭିନ୍ନ କାଗଜପତ୍ର ଜବତ କରିଛି ଇଓଡବ୍ଲ୍ୟୁ । ଉଭୟ ଅଭିଯୁକ୍ତଙ୍କୁ ଓପିଆଇଡି ଆକ୍ଟ ମୁତାବକ ଆଜି କଟକ କୋର୍ଟରେ ହଜାର କରାଯାଇଛି । ଏହାପରେ ଉଭୟଙ୍କୁ ରାଜସ୍ଥାନର ଅନୁପଗଡର ଏସିଜେଏମ୍ କୋର୍ଟରେ ହାଜର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking