30.1 C
Bhubaneswar
Friday, April 26, 2024
Homeଓଡିଶାବିଦ୍ୟୁତ ଆଘାତରେ ଟଲିପଡ଼ିଲେ ସ୍ୱାମୀ ସ୍ତ୍ରୀ

ବିଦ୍ୟୁତ ଆଘାତରେ ଟଲିପଡ଼ିଲେ ସ୍ୱାମୀ ସ୍ତ୍ରୀ

କୋରାପୁଟ : ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଗଲା ସ୍ବାମୀଙ୍କ ଜୀବନ, ଘଟଣାଟି ଘଟିଛି, କୋରାପୁଟ ଜିଲ୍ଲା ଜୟପୁର ସୁନାବେଡ଼ା ପୁଲିସ କ୍ୟାମ୍ପରେ। ବିଦ୍ୟୁତ ଆଘାତରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ସ୍ବାମୀଙ୍କ ନାମ ସୁଧାକର ବିଶ୍ବାଳ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଗୁରୁବାର ସକାଳ ସମୟରେ ଗାଧୋଇବା ପାଇଁ ପାଣି ଗରମ କରିବାକୁ ଯାଇଥିଲେ ସୁଧାକରଙ୍କ ପତ୍ନୀ । କିନ୍ତୁ ପତ୍ନୀ ପାଣି ଗରମ କରୁଥିବା ସମୟରେ ହଠାତ୍ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ସ୍ତ୍ରୀଙ୍କ ପାଟି ଶୁଣି ସ୍ବାମୀ ସୁଧାକର ତାଙ୍କୁ ବଞ୍ଚାଇବା ପାଇଁ ଦୌଡି ଆସିଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଓଲଟା ହେଲା ସ୍ତ୍ରୀକୁ ମୃତ୍ୟୁ ମୁହଁରୁ ବଞ୍ଚାଇବାକୁ ଯାଇ ନିଜେ ମୃତ୍ୟୁ ମୁଖରେ ପଡିଥିଲେ । ସୁଧାକର ନିଜ ସ୍ତ୍ରୀଙ୍କୁ ବିଦ୍ୟୁତ୍ ଆଘାତରୁ ରକ୍ଷା କରୁଥିବା ସମୟରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ । ହେଲେ ଡାକ୍ତର ସେଠାରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
https://onakhabar.com/2020/01/02/accident-3-friend-dead-2-injured/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking