38.1 C
Bhubaneswar
Friday, April 26, 2024
Homeଓଡିଶାଜଗାଦର୍ଶନ ହେଲା ଶେଷ ଦର୍ଶନ

ଜଗାଦର୍ଶନ ହେଲା ଶେଷ ଦର୍ଶନ

କେନ୍ଦ୍ରାପଡା : ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । ଏଥିରେ କେତେ ନିରୀହ ଜୀବନ ବଳି ପଡ଼ୁଛି ତ ଆଉ କାହାର ସଂସାର ଭାସିଯାଉଛି । ଏପରି ଏକ ଦୁର୍ଘଟଣା ଘଟିଛି, କେନ୍ଦ୍ରାପଡ଼ା ଜିଲ୍ଲା ଦୁହୁରିଆ ଛକ ନିକଟରେ ।
କେନ୍ଦ୍ରାପଡା ଜିଲ୍ଲା ଦୁହୁରିଆ ଛକ ନିଟକରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ପରିବାରର ଦୁଇ ସଦସ୍ୟ । ମୃତକ କଜଳା ଗାଁର ପ୍ରଣତି ପଣ୍ଡା ଓ ବିଜୟ ସାହୁ ବୋଲି ଜଣାପଡିଛି । ଦୁର୍ଘଟଣାରେ ଚାରିଜଣ ଗୁରୁତର ଅଛନ୍ତି ।
ସୂଚନା ଅନୁଯାୟୀ, ବୁଧବାର ପୁରୀରେ ଜଗନ୍ନାଥ ଦର୍ଶନ କରି ଫେରୁଥିବା ସମୟରେ ଦୁହୁରିଆ ଛକ ନିକଟ ରାସ୍ତା କଡରେ ଥିବା ଏକ ଟ୍ରକ ପଛରେ କାର୍ ପିଟି ହୋଇଥିଲା । ଘଟଣାସ୍ଥଳରେ ବିଜୟ ଓ ପ୍ରଣତିଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡିରେ ଥିବା ପ୍ରଣତିଙ୍କ ସ୍ବାମୀ ଦେବାଶିଷ, ତାଙ୍କର ଦୁଇ ପୁଅ ଓ କାର୍ ଡ୍ରାଇଭର ଗୁରୁତର ହୋଇଥିଲେ । ଜଗା ଦର୍ଶନ ହେଲା ଶେଷ ଦର୍ଶନ । ସ୍ଥାନୀୟ ଲୋକେ ପ୍ରଥମେ ଜିଲ୍ଲା ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନନ୍ତାରିତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking