30.1 C
Bhubaneswar
Saturday, April 27, 2024
Homeଜୀବନଶୈଳୀଶୀତ ଦିନେ ଘରୋଇ ଉପାୟରେ କିପରି ନେବେ ଓଠର ଯତ୍ନ….

ଶୀତ ଦିନେ ଘରୋଇ ଉପାୟରେ କିପରି ନେବେ ଓଠର ଯତ୍ନ….

ନୂଆଦିଲ୍ଲୀ: ଶୀତ ଦିନ ଆସିବା ମାତ୍ରେ ସମସ୍ତଙ୍କ ସମସ୍ୟା ଓଠ ଫାଟିବାରୁ ହିଁ ଆରମ୍ଭ ହୋଇଥାଏ  । ଏହି ସମସ୍ୟା ପୂରା ଶୀତ ଦିନ ସରିବା ଯାଏଁ ଲାଗିରହିଥାଏ  । ଆମେ ସାଧାରଣତଃ ଓଠ ଫାଟିବାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଲିପ୍ ବାମ୍ ବ୍ୟବହାର କରିଥାଉ  । କିନ୍ତୁ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଆମେ କିପରି ଏହି ସମସ୍ୟାରୁ ଆଶ୍ବସ୍ତି ପାଇପାରିବା ।ଶୀତଦିନେ ଓଠରେ ମହୁ, ନଡ଼ିଆ ତେଲ କିମ୍ବା ଅଲିଭ୍‌ ତେଲ ଲଗାନ୍ତୁ। ଏହାଦ୍ୱାରା ଓଠ ଫାଟିବ ନାହିଁ ବରଂ ନରମ ମଧ୍ୟ ରହିବ। ମହୁରେ ଚିନି ଗୋଳାଇ ଓଠରେ ଥାପି ଦିଅନ୍ତୁ। କୋଡ଼ିଏ ମିନିଟ୍‌ ପରେ ଉଷୁମ ପାଣିରେ ଧୁଅନ୍ତୁ।

ସଜ ଗୋଲାପ ପାଖୁଡ଼ା ବାଟି କଞ୍ଚା କ୍ଷୀର କିମ୍ବା ଗ୍ଲିସେରିନ୍‌ରେ ଗୋଳାଇ ଓଠରେ ଲଗାଇବା ଦ୍ୱାରା ଓଠ ଫାଟିବା ସମସ୍ୟାରୁ ମୁକ୍ତି ମିଳେ। ଗୁଡ଼ରେ ଅଲିଭ୍‌ ତେଲ ଓ ମହୁ ଫେଣ୍ଟି ମଧ୍ୟ ଲଗାଇପାରିବେ। ଓଠ ଫାଟିଥିଲେ ଉଷୁମ ପାଣିରେ ତୁଳା ବୁଡ଼ାଇ ଓଠକୁ ପୋଛିଦିଅନ୍ତୁ ଓ କ୍ଷୀର ସର ଲଗାନ୍ତୁ। ଏପରି କରିବା ଦ୍ବାରା ମଧ୍ୟ ଓଠ ଫାଟିବା ସମସ୍ୟାରୁ ମୁକ୍ତି ମିଳିଥାଏ  । ଶୀତ ଦିନେ ଅଧିକ ପାଣି ପିଅନ୍ତୁ। ଏବଂ ପ୍ରତିଦିନ ଓଠରେ ଥରେ କିମ୍ବା  ଦୁଇ ଥର ଘିକୁଆଁରୀ ରସ ଲଗାଇବା ଦ୍ୱାରା ଓଠକୁ ଆର୍ଦ୍ର ହେବ  । ଫାଟିବ ନାହିଁ ଏବଂ ସମସ୍ୟାରୁ ଅତି ସହଜରେ ଆପଣଙ୍କୁ ଛୁଟକାରା ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking