27.1 C
Bhubaneswar
Friday, May 10, 2024
Homeଛତିଶଗଡ ବିଧାନସଭା ନିର୍ବାଚନ-2023ବିଧାନସଭା ନିର୍ବାଚନ ୨୦୨୩: ଛତିଶଗଡ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ବିଧାନସଭା ନିର୍ବାଚନ ୨୦୨୩: ଛତିଶଗଡ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ରାୟପୁର : ୯୦ଟି ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ (ନଭେମ୍ବର ୭ ଓ ୧୭) ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର ୨୦ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୩୦ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। ଛତିଶଗଡର ପାଟନ ଆସନରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରତିଦ୍ୱନ୍ଦ୍ୱିତା କରିବେ ଓ ଉପ-ମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂହ ଅମ୍ବିକାପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପାଟନା ଆସନରୁ ୨୦୦୩, ୨୦୦୮,୨୦୧୩ ଓ ୨୦୧୮ ବିଧାନସଭା ନିର୍ବାଚନରେ ଏହି ଆସନରୁ ନିର୍ବାଚନ ଲଢିଥିଲେ। ସେ ୨୦୦୮ ଏହି ଆସନରୁ ପରାଜୟ ବରଣ କରିଥିବା ବେଳେ ଅନ୍ୟ ୩ ଥର ବିଜୟ ହାସଲ କରିଛନ୍ତି। ସେହିପରି ଅମ୍ବିକାପୁର ଆସନରୁ ଉପ-ମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂହ ୨୦୦୮ରୁ ଲଗାତର ବିଜୟୀ ହୋଇଆସୁଛନ୍ତି। ଅନ୍ୟପଟେ ୯୦ଟି ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କରିଥିବା ୩୦ ପ୍ରାର୍ଥୀଙ୍କ ମଧ୍ୟରେ ୧୪ ଜଣ ଅନୁସୂଚୀତ ଜନଜାତି ବର୍ଗର ରହିଥିବା ବେଳେ ୩ ଜଣ ମହିଳା ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking