30.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗଟେଲିଗ୍ରାମରେ କିପରି କରିବେ ଲାଷ୍ଟ ସିନ୍ ହାଇଡ

ଟେଲିଗ୍ରାମରେ କିପରି କରିବେ ଲାଷ୍ଟ ସିନ୍ ହାଇଡ

ନୂଆଦିଲ୍ଲୀ: ହ୍ୱାଟସଆପ ନିଜର ପ୍ରାଇଭେସି ପଲିସି ଅପଡେଟ କରିବା ପରେ ଏବେ ଅଧିକାଂଶ ଉପଭୋକ୍ତା ହ୍ୱାଟସଆପ ଛାଡି ଟେଲିଗ୍ରାମ ବ୍ୟବହାର କରିବାକୁ ଲାଗିଲେଣି । ହ୍ୱାଟସଆପ ପରି ଟେଲିଗ୍ରାମ ମଧ୍ୟ ନିଜ ଗ୍ରାହକଙ୍କୁ ଲାଷ୍ଟ ସିନ୍ ହାଇଡ କରିବା ପାଇଁ ଅପ୍ସନ ଦେଉଛି । ଯଦି ଆପଣ ହ୍ୱାଟସଆପ ଛାଡି ଟେଲିଗ୍ରାମ ବ୍ୟବହାର କରିହାକୁ ଯାଉଛନ୍ତି, ତେବେ ଆମେ ଆପଣଙ୍କୁ କହିବୁ ଯେ, କିପରି ଆପଣ ଏହି ଫିଚର ବ୍ୟବହାର କରିପାରିବେ ।
ପ୍ରଥମେ ନିଜ ସ୍ମାର୍ଟ ଫୋନରେ ହ୍ୱାଟସଆପ ଓପନ କରନ୍ତୁ
ଏବେ ସ୍କ୍ରିନର ଟପ୍ ଲେଫ୍ଟ କର୍ଣ୍ଣରରେ ଥିବା ହ୍ୟାମବର୍ଗର ମେନ୍ୟୁ ଉପରେ ଟାପ କରନ୍ତୁ
ଏବାପରେ ମେନ୍ୟୁରେ ଦିଆଯାଇଥିବା ସେଟିଙ୍ଗସ ଅପ୍ସନ ଉପରେ ଟାପ କରନ୍ତୁ
ସେଟିଙ୍ଗସ ମେନ୍ୟୁ ଭିତରେ ଥିବା ପ୍ରାଇଭେସି ଓ ସିକ୍ୱିରିଟି ଅପ୍ସନ ଉପରେ ଟାପ କରନ୍ତୁ
ଏହାପରେ ଲାଷ୍ଟ ସିନ ଅପ୍ସନ ଉପରେ ଟାପ କରନ୍ତୁ
ଏବେ ଆପଣ ସିଲେକ୍ଟ କରିପାରିବେ ଯେ, କିଏ ଆପଣଙ୍କ ଲାଷ୍ଟ ସିନ ଦେଖିପାରିବ ।
ପରେ ସ୍କ୍ରିନର ରାଇଟ ସାଇଡରେ ଚେକ୍ ମାର୍କ ଉପରେ ଟାପ କରିବାକୁ ପଡିବ । ଏହାପରେ ଏକ ଲେଖିଥିବା ମେସେଜ ଆସିବ । ସେଥିରେ ଲେଖାଥିବ ଯେ, ଯେଉଁ ଲୋକଙ୍କ ସହିତ ଆପଣ ନିଜର ଲାଷ୍ଟ ସିନ ସେୟାର କରୁନାହାନ୍ତି, ସେମାନଙ୍କ ଲାଷ୍ଟ ସିନ ମଧ୍ୟ ଆପଣ ଦେଖିପାରିବେନି ।
ଏବେ କେବଳ ଓକେ ଉପରେ ଟାପ କରିଲେ ଲାଷ୍ଟ ସିନ ହାଇଡ ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking