26.1 C
Bhubaneswar
Friday, May 10, 2024
Homeବ୍ରେକୀଙ୍ଗତଣ୍ଟିଚିପି ହତ୍ୟା ପରେ ମୁଣ୍ଡକାଟ

ତଣ୍ଟିଚିପି ହତ୍ୟା ପରେ ମୁଣ୍ଡକାଟ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟ ହତ୍ୟା ଘଟଣାର ପୋଷ୍ଟମର୍ଟମ ରିପୋର୍ଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ପୋଷ୍ଟମର୍ଟମ ରିପୋର୍ଟରେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ସୂଚନା ରହିଛି । ତଣ୍ଟିଚିପି ହତ୍ୟା ପରେ ମହିଳାଙ୍କ ମୁଣ୍ଡକାଟ ହୋଇଥିବା ସୂଚନା ରହିଛି । ପୋଷ୍ଟମର୍ଟମ ରିପୋର୍ଟ ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ପୋଲିସକୁ ଏପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ ମିଳିନଥିବା ସୂଚନା ରହିଛି । ଆଉ ଥରେ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ଏମସ ପଠାଯାଇଥିବା ଜଣାପଡିଛି । ତେବେ ଏହି ଘଟଣାରେ ପୋଲିସ ମୃତ ମହିଳାଙ୍କ ପରିଚୟ ପାଇବାକୁ ପୋଷ୍ଟର ମାରିଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି ପୋଲିସ । ସୂଚନା ଦେବାକୁ ୨ଟି ଫୋନ ନମ୍ବର ଜାରି କରିଛି ପୋଲିସ । ୮୨୮୦୩୩୮୩୨୩, ୮୨୮୦୩୩୮୨୯୬ ନମ୍ବରରେ ସୂଚନା ଦେଇପାରିବେ । ଗୁରୁବାର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ  ମୁଣ୍ଡ ପୁଲିସ ଖୋଜି ପାଇନାହିଁ। ମାମଲା  ସମ୍ବେଦନଶୀଳ ହୋଇଥିବାରୁ  ଆଡିସିନାଲ୍‌ ଏସ୍‌ପି ରାଙ୍କର ଜଣେ ଅଫିସରଙ୍କ ତତ୍ତ୍ୱବଧାନରେ ଏକ ୫ ଜଣିଆ ଟିମ୍‌ ଗଠନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking