29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗପେଟ୍ରୋଲ-ଡିଜେଲ ଦରରେ ନିଆଁ

ପେଟ୍ରୋଲ-ଡିଜେଲ ଦରରେ ନିଆଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏଗ୍ରୀକଲଚର ସେକ୍ଟର କୁ ସୁଦୃଢ କରିବା ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଏଗ୍ରୀ ଇନଫ୍ରା ସେସ ଲଗାଇବାକୁ ଘୋଷଣା କରିଛନ୍ତି । ଆର୍ଥିକ ବର୍ଷ ୨୦୨୧-୨୨ ବଜେଟ ରେ ପେଟ୍ରୋଲ ଲିଟର ପ୍ରତି ୨.୫ ଟଙ୍କା ଓ ଡିଜେଲ ଉପରେ ଲିଟର ପ୍ରତି ୪ ଟଙ୍କା ଏଗ୍ରୀ ଇନଫ୍ରା ସେସ ପ୍ରସ୍ତାବ ରଖାଯାଇଥିଲା । ତେବେ ସରକାରଙ୍କ ତରଫରୁ ଏହା ଘୋଷଣା କରାଯାଇଛି ଯେ, ଏହି ବୋଝ ଗ୍ରାହକଙ୍କ ଉପରେ ପଡିନ ନାହିଁ । କମ୍ପାନୀଙ୍କ ଠାରୁ ଏହା ଆଦାୟ କରାଯିବ । ବର୍ତମାନ ପେଟ୍ରୋଲ ଓ ଡିଜେଲ ଦର ଐତିହାସିକ ରେକର୍ଡ କରିଛି । ଶନିବାର ମୁମ୍ବାଇ ରେ ପେଟ୍ରୋଲ ଦର ୯୩.୪୯ ରହିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୮୬ ଟଙ୍କା୯୫ ପଇସା, ଚେନ୍ନାଇରେ ୮୯ ଟଙ୍କା ୩୯ ପଇସା ଓ କଲିକତାରେ ୮୮ ଟଙ୍କା ୩୦ ପଇସା ରହିଛି । ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୭.୩୨ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking