38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକେମିତି ତାଲିବାନଙ୍କୁ ଚକମା ଦେଇ ୧୫୦ ଭାରତୀୟଙ୍କୁ କରାଗଲା ଏୟାରଲିଫ୍ଟ

କେମିତି ତାଲିବାନଙ୍କୁ ଚକମା ଦେଇ ୧୫୦ ଭାରତୀୟଙ୍କୁ କରାଗଲା ଏୟାରଲିଫ୍ଟ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ସରକାର ଫେରିଛି । ୨୦ ବର୍ଷ ପୂର୍ବର ସ୍ଥିତି ଏବେ ସେଠାରେ ପୁଣି ଦେଖିବାକୁ ମିଳିଛି । ବର୍ବରତା ଓ ହିଂସା ପାଇଁ ସେଠିକାର ବାସିନ୍ଦା ଏବେ ଦେଶ ଛାଡି ପଳାୟନ କରୁଛନ୍ତି । ଏହାରି ମଧ୍ୟରେ ସେଠାରେ ଫସିଥିବା ଭାରତୀୟଙ୍କୁ ଏୟାରଲିଫ୍ଟ କରିବା ମିଶନ ଜାରି ରହିଛି ।
ସୂତ୍ର ଅନୁସାରେ, ଅପରେସନ ଏୟାରଲିଫ୍ଟ ପାଇଁ ୧୫ ଅଗଷ୍ଟ ପୂର୍ବରୁ ହିଁ ପ୍ରସ୍ତୁତି ଚାଲିଛି । କାବୁଲସ୍ଥିତ ଭାରତୀୟ ଦୂତାବାସରୁ ପ୍ରାୟ ୭୦ ମିଟର ଦୂରରେ ୧୫ ଅଗଷ୍ଟରେ ଧମାକାର ଧ୍ୱନି ଶୁଣାଯାଇଥିଲା । ଯାହା ପରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢି ଯାଇଥିଲା । ଦୁଇ ଟିମ ଗଠନ କରାଯାଇଥିଲା । କାବୁଲ ର ଭିନ୍ନ ଭିନ୍ନ ସ୍ଥାନରେ ଫସିଥିବା ଭାରତୀୟଙ୍କୁ ବାହାର କରିବା ପାଇଁ ଦୁଇ ଟିମ ବନା ଯାଇଥିଲା । ଯେଉଁଥିରେ ଗୋଟିଏ ଟିମରେ ୪୬ ଜଣ ଥିଲେ । ସେମାନଙ୍କୁ ୧୬ ଅଗଷ୍ଟରେ ଅଣାଯାଇଥିଲା । ୧୭ ଅଗଷ୍ଟରେ ପ୍ରାୟ ୧୫୦ ଲୋକଙ୍କୁ ଭାରତକୁ ଅଣାଯାଇଥିଲା ।
ସୂତ୍ର ଅନୁସାରେ, ସେଠାରୁ ବାହାର କରିବା ଚେଷ୍ଟା ୧୫ ଅଗଷ୍ଟରେ କରାଯାଇଥିଲା । ସେତେବେଳେ ଏୟାରପୋର୍ଟ ପାଇଁ ସମସ୍ତେ ବାହାରିଲେ, ହେଲେ ପହଂଚିପାରିନଥିଲେ । ଗୋଟିଏ ଚେକ ପଏଣ୍ଟରେ ହତିଆର ଧରିଥିବା ତାଲିବାନଙ୍କୁ ଦେଖା ଯାଇଥିଲା । ଯେଉଁଥିପାଇଁ ୧୫ ତାରିଖରେ ସେହି ଦଳକୁ ପୁଣି ଦୂତାବାସକୁ ଯିବାକୁ ପଡିଥିଲା ।
୧୬ ଅଗଷ୍ଟରେ ପୁଣି ଥରେ ଚେଷ୍ଟା କରାଗଲା ଓ ସନ୍ଧ୍ୟା ୪ଟାରେ ଏୟାରପୋର୍ଟ ପାଇଁ ଯେତେବେଳେ ବାହାରିଥିଲେ, ପୁଣି ତାଲିବାନମାନେ ହତିଆର ଧରି  ଥିବା ଦେଖା ଯାଇଥିଲା । ଏମିତି ପରିସ୍ଥିତିରେ ୧୫ କିଲୋମିଟର ଦୂର ଏୟାରପୋର୍ଟ ପର୍ଯ୍ୟନ୍ତ ଆସିବା ଏକ ଚ୍ୟାଲେଂଜ ଥିଲା ।
ଚେଷ୍ଟା ଜାରି ରହିଥିଲା । ରାତି ୧୦.୩୦ରେ ଟିମ ପୁଣି ଏୟାରବେସ ପାଇଁ ଗଲେ । ହତିଆର ଧରି ଥିବା ତାଲିବାନଙ୍କୁ ଚକମା ଦେଇ ରାତି ୩.୩୦ରେ ଏୟାରବେସରେ ପହଂଚିଥିଲେ । ଏହାରି ମଧ୍ୟରେ ସଡକରେ ଲୋକଙ୍କ ଅଧିକ ଗହଳି ଥିଲା ଓ ପ୍ରତି କିଲୋମିଟରରେ ବ୍ୟାରିକେଡିଂ ଲଗାଇ ସେଠାରେ ତାଲିବାନଙ୍କ ପକ୍ଷରୁ ଚେକିଂ କରାଯାଉଥିଲା । ସୂତ୍ର ଅନୁସାରେ, ଦୂତାବାସରୁ ଲୋକଙ୍କୁ ଏୟାରପୋର୍ଟ ଯାଏଁ ସୁରକ୍ଷିତ ଭାବରେ ପହଂଚାଇବାକୁ ପ୍ରାୟ ୧୪ ବୁଲେଟପ୍ରୁଫ କାରର କଫିଲ ବ୍ୟବହାର କରା ଯାଇଥିଲା ।
ସି୧୭ ବିମାନରେ ସକାଳ ୫.୩୦ରେ ଉଡାଣ କରିଥିଲା ଓ ସକାଳ ୧୧.୧୫ରେ ଗୁଜୁରାଟ ରେ ଲ୍ୟାଣ୍ଡ କରିଥିଲା । ସେଠାରେ ଟିମର ଜୋରଦାର ସ୍ୱାଗତ କରାଯାଇଥିଲା । ଏହାପରେ ସେମାନଙ୍କୁ ହିଣ୍ଡନ ଏୟାରବେସ ନିଆ ଯାଇଥିଲା । ୫୬ ଘଣ୍ଟାର ଏହି ପୁରା ଘଟଣାକ୍ରମ ମଧ୍ୟରେ କେହି ବି ଶୋଇନଥିଲେ । ନା କିଏ ଖାଇଥିଲେ । ବର୍ତମାନ ଆଫଗାନିସ୍ତାନରେ ଭାରତୀୟ ଦୂତାବାସ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking