39.1 C
Bhubaneswar
Tuesday, April 23, 2024
Homeଓଡିଶା୮ ମାସର ଶିଶୁ ପୁତ୍ରକୁ ଚୁଲି ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ କଲା ମା’

୮ ମାସର ଶିଶୁ ପୁତ୍ରକୁ ଚୁଲି ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ କଲା ମା’

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ସିରିଗିଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମାନସିକ ବିକୃତ ମହିଳା ନିଜ ୮ ମାସର ଶିଶୁ ପୁତ୍ରକୁ ଚୁଲି ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ କରିବା ଘଟଣା ଉକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ ପରିବାର ଲୋକେ ଗୁରୁତର ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସିରିଗିଡ଼ା ଗ୍ରାମର ବିଦେଶୀ ପ୍ରଧାନ କାମଧନ୍ଦା ନକରି ପ୍ରାୟ ସବୁ ସମୟରେ ମାତାଲ ଅବସ୍ଥାରେ ରହୁଥିବାବେଳେ ସ୍ତ୍ରୀ ସଂଯୁକ୍ତା ପ୍ରଧାନ ମାନସିକ ବିକାରଗ୍ରସ୍ତ ହୋଇପଡ଼ିଛି । ତେବେ ଗତ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସଂଯୁକ୍ତା ନିଜ ୮ ମାସର ଶିଶୁ ପୁତ୍ର ବିଭୁକୁ ଘରେ ଜଳୁଥିବା ଚୁଲିରେ ପୁରାଇ ଦେଇଥିଲା । ଶିଶୁର ଚିତ୍କାର ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ସେଠାରେ ପହଞ୍ଚି ଚୁଲି ନିଆଁରୁ ଶିଶୁ ପୁତ୍ରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସୂଚନା ପାଇ ଚାଇଲଡଲାଇନର କର୍ମକର୍ତ୍ତା ସେଠାରେ ପହଞ୍ଚି ଶିଶୁଟିର ଚିକିତ୍ସା ବ୍ୟବସ୍ଥା କରାଇବା ସହ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶିଶୁଟି ଏବେ ମଧ୍ୟ ଚିକିତ୍ସାଧୀନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଶିଶୁଟିର ଯତ୍ନ ନେବା ପାଇଁ ପିତାମାତା ସକ୍ଷମ ନଥିବାରୁ ସମ୍ପର୍କୀୟମାନେ ପିଲାଟିକୁ କେହି ସହୃଦୟ ବ୍ୟକ୍ତି ପୌଷ୍ୟ ଭାବେ ଗ୍ରହଣ ପାଇଁ ଇଚ୍ଛା ପ୍ରକାଶ କଲେ ହସ୍ତାନ୍ତର କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking